କଂଗ୍ରେସ ପକ୍ଷରୁ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ପୋଲିସ କମିଶନର କାର୍ଯ୍ୟାଳୟ ଘେରାଉ। କଂଗ୍ରେସ ପକ୍ଷରୁ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ । ବିଜେପି କର୍ମୀଙ୍କୁ ଗିରଫ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପୋଲିସ କମିଶନର କାର୍ଯ୍ୟାଳୟ ଘେରାଉ । ଗତ କିଛି ଦିନ ତଳେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ବିଜେପି କର୍ମୀମାନେ କଂଗ୍ରେସ ଭବନ ଆଗରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ଼ କରିବା ପରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ଉଭୟଙ୍କ ପକ୍ଷରୁ ଟେକା ପଥର ମାଡ ହୋଇଥିଲା । ଫଳରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ । ତେବେ ଏ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ଏବେଶୁଦ୍ଧା ଏହି ମାମଲାରେ ପୋଲିସ କାହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ । କଂଗ୍ରେସର ଅଭିଯୋଗ କାହିଁକି ଏ ପର୍ଯ୍ୟନ୍ତ ବିଜେପି କର୍ମୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାର ପ୍ରତିବାଦରେ ଶତାଧିକ କଂଗ୍ରେସ କର୍ମୀ ପୋଲିସ କମିଶନର କାର୍ଯ୍ୟାଳୟ ଘେରାଉ କରିଛନ୍ତି ।