ଭୁବନେଶ୍ୱର: ଆଜି ଦିଲ୍ଲୀରେ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏବଂ ପ୍ରଭାତୀ ପରିଡା ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ପରେ ସେମାନେ ଦିଲ୍ଲୀ ଯାଇଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ମୋହଦ ମାଝୀଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭିଟଇବାର କାର୍ଯ୍ୟକ୍ରମ ରହିଛି । ବିକଶିତ ଓଡିଶାର ରୋଡ ମ୍ୟାପକୁ ପ୍ରଧାନମନ୍ତ୍ରୀଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।
ସେହିପରି ଇସ୍ତାହାରରେ ବିଜେପି ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି କିଭଳି କାର୍ଯ୍ୟକାରୀ ହେବ ତା ଉପରେ ଆଲୋଚନା କରାଯିବ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା , ସୁଭଦ୍ରା ଯୋଜନାର କାର୍ଯ୍ୟକାରିତା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ଅର୍ଥ ବରାଦ ନେଇ ବିସ୍ତୃତ ଆଲୋଚନା କରିବେ ।କେନ୍ଦ୍ରୀୟ ପ୍ରବର୍ତ୍ତିତ ବିଭିନ୍ନ ଯୋଜନା ମଧ୍ୟ ଏଜେଣ୍ଡାରେ ସ୍ଥାନ ପାଇବା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀମାନଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି । ଗୃହ ମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ , ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି, ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି ।