ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ତା କରାଯାଇଛି । ଅପରାହ୍ନ ୨ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳକୁ ସଂପୂର୍ଣ୍ଣ ବାରଣ କରାଯିବ । ସେହିପରି ଅପରାହ୍ନ ୪ ଟାରୁ ରୋଡ ସୋ ସରିବା ପର୍ଯ୍ୟନ୍ତ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ବନ୍ଦ କରିଦିଆଯିବ । ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ମଧ୍ୟ ବନ୍ଦ କରାଯିବ । ରୋଡ ସୋ ସମୟରେ ଅନ୍ୟ ରାସ୍ତା ଦେଇ ଗାଡି ଯାତାୟତ କରିବ । ତେବେ ରସୁଲଗଡ କିମ୍ବା କଟକ ଯିବାକୁ ହେଲେ ରାଜମହଲ , କଳ୍ପନା , ବମିଖାଲ ଦେଇ ରସୁଲଗଡକୁ ଯାଇପାରିବେ । ନଚେତ ଏଜି ହୋଇ ଆଚାର୍ଯ୍ୟ ବିହାରରେ ପହଁଞ୍ଚି ପରିବେ । ସେହିପରି ଗଭର୍ଣ୍ଣା ହାଉସ ଦେଇ ପାୱାର ହାଉସ, ଶାସ୍ତ୍ରୀନଗର ଦେଇ ଆଚାର୍ଯ୍ୟ ବିହାରରେ ବାହାରିବେ । ତେବେ ଏହି ରୋଡ ସୋ ବେଳେ ସିଆରପିରୁ ରସୁଲଗଡ ପର୍ଯ୍ୟନ୍ତ ପ୍ଲାଏ ଓଭର ରାସ୍ତା ଖୋଲା ରହିବ ।
ତେବେ ପ୍ରଧାନମନ୍ତ୍ରୀଙ୍କ ଆଭ୍ୟନ୍ତରୀର ବଳୟ ସୁରକ୍ଷାରେ ରହିବେ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ- ଏସପିଜି । ବାହ୍ୟ ସୁରକ୍ଷାରେ ରହିବ କମିଣନରେଟ ପୋଲିସ । ଜନପଥ ଯାଞ୍ଚ କରୁଛି ଏସପିଜି କମାଣ୍ଡୋ , ପୋଲିସ, କମିଶନର । ମୋଦୀଙ୍କ ସୁରକ୍ଷାରେ ୫୫ ପ୍ଲାଟୁନ ଫୋର୍ସ ଓ ୩ ଆଣ୍ଟି ଟେରର ଗ୍ରୁପ ମୁତୟନ ହେବେ । ସେହିପରି ୫ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଜଣ ଏସିପି ଓ ୪୧ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ପୁରା ଜନପଥରେ ଲାଗିଛି ସିସିଟିଭି ।