ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମିଡିଆ ସେଣ୍ଟର ଉଦଘାଟିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମିଡିଆ ସେଣ୍ଟର ଚଳିତ ମାସ ୮ ତାରିଖ ବୁଧବାର ଦିନ ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ଶଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରି ଧଳ ଉକ୍ତ ମିଡିଆ ସେଣ୍ଟରକୁ ଉଦଘାଟନ କରିଥିଲେ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରି ଶ୍ରୀ ଶତ୍ରୁଘ୍ନ କର , ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ମିହିର ପ୍ରସାଦ ମହାନ୍ତି ଙ୍କ ସମେତ ସମସ୍ତ ଅଧିକାରୀ / କ୍ରର୍ମଚାରୀ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଏହି ଅବସରରେ ନିର୍ବାଚନ ସୁପରିଚାଳନାରେ ଗଣମାଧ୍ୟମକୁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ରୂରେ ଅଭିହିତ କରିବା ସହ ଏହି ନୂତନ ମିଡିଆ ସେଣ୍ଟର ସାମ୍ବାଦିକ ସମ୍ମିଳନୀ ପାଇଁ ଏକ ଉନ୍ନତ ମାନର ସ୍ଥାନ ରୂପେ ନିର୍ମିତ ହୋଇଅଛି ଏବଂ ଏହି ମିଡିଆ ସେଣ୍ଟରକୁ ଭବିଷ୍ୟତରେ ମଧ୍ୟ ନିର୍ବାଚନ ପରିଚାଳନା ପାଇଁ ଏକ ସମ୍ପଦ ରୂବେ ବର୍ଣ୍ଣନା କରିବା ସହିତ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ବିଶେଷ ସହାୟ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମତପ୍ରକାଶ କରିଥିଲେ ।