ପୋଲସ ଦେହରେ ରହିବନି ଟାଟୁ , କରିଥିଲେ ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୋଲିସ ଦେହରେ ଟାଟୁ କରିବାକୁ ବାରଣ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ ସମସ୍ତ କାର୍ଯ୍ୟରତ ପୋଲିସଙ୍କ ଦେହରେ ଟାଟୁ ରହିବ ନାହିଁ । ଯଦି କେହି ଟାଟୁ କରିଥାଏ ତାକୁ ଲିଭେଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଡେପୁଟି କମିସନର ସ୍ପେଶାଲ କ୍ରାଇମ ଇଉନିଟ୍ ।
ସୂଚନା ଅନୁଯାୟୀ , ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଶରୀରରେ ଟାଟୁ କରିବା ଦ୍ୱାରା ଓଡିଶା ପୋଲିସର ସମ୍ମାନ ହାନି ହେଉଥିବାରୁ ଏଭଳି ନିର୍ଦ୍ଦେଶାନାମା ଜାରି କରିଛି ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ । କମିଶନରେଟ ପୋଲିସର କୌଣସି ଅଧିକାରୀ ମୁହିଁ , ବେକ କିମ୍ବା ହାତରେ ଟାଟୁ କରିପାରିବେ ନାହିଁ । ଯଦି କୌଶସି ପୋଲିସ ଅଧିକାରୀ ଟାଟୁ କରିଛନ୍ତି ତେବେ ୧୫ ଦିନ ମଧ୍ୟରେ ଏହାକୁ ଲଭେଇବାପାଇଁ ନିର୍ଦ୍ଦଶ ଦିଆଯାଇଛି । ପୋଲିସ ୟୁନିଫର୍ମ ପିନ୍ଧିବା ପରେ ଯଦି ଟାଟୁ ଦେଖାଯାଉଥିଏ ତେବେ ଏହା ଗ୍ରହଣୀୟ ହେବ ନାହିଁ । ଟାଟୁ ନ ଲିଭାଇଲେ ଡିପାର୍ଟମେଣ୍ଟାଲ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି ।