କେଜ୍ରିୱାଲଙ୍କ ଗିରଫଦାବି ବିରୋଧରେ ଦେଶବ୍ୟାପି ଅନଶନ

ନୂଆଦିଲ୍ଲୀ: କେଜ୍ରିୱାଲଙ୍କ ଗିରଫଦାବି ବିରୋଧରେ ଦେଶବ୍ୟାପି ଅନଶନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାବୀକୁ ବିରୋଧ କରି ଆମ ଆଦମୀ ପାର୍ଟିର ନେତା ମାନେ ଦେଶବ୍ୟାପୀ ଅନଶନ କରିବେ । ଦିଲ୍ଲୀ ସରକରଙ୍କ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି ଯେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦଳୀୟ ନେତାମାନେ ଏପ୍ରିଲ ୭ରେ ଜନ୍ତର ମନ୍ତରରେ ଅନଶନରେ ବସିବେ । ତେବେ ଗୋପାଳ ରାୟ ଦଳର ରାଷ୍ଟ୍ରୀୟ ସଂଯୋଜକଙ୍କ ଗିରଫଦାରୀ ବିରୋଧରେ ଦେଶବ୍ୟାପୀ ଅନଶନା ଆହ୍ୱାଦ ଦେଇଛନ୍ତି । ସେ କହିଛନ୍ତି ଯେ ଆପଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ଅଛନ୍ତି , ତେବେ ଏପ୍ରିଲ ୭ ରେ ଅନଶନ କରିପାରିବେ । ଆପଣ ଯେକୌଣସି ସ୍ଥାନରେ , ଘରେ କିମ୍ବା ନିଜ ସହରରେ ସାମୂହିକ ଅନଶନ କରିପାରିବେ ।
ତେବେ କେଜ୍ରିୱାଲଙ୍କୁ ଗତ ମାସରେ ପବର୍ତ୍ତନ ନିର୍ଦ୍ଦେଶାଳୟ ଅବକାରୀ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା । ତାଙ୍କୁ ଲପ୍ରିଲ ୧୫ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ସେପଟେ ତିହାର ଜେଲରେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ରହୁନଥିବା ସୂଚନା ରହିଛି । ତେବେ ଗିରଫ ହେବା ପରେ କେଜ୍ରିୱାଲଙ୍କ ଓଜନ ୪ଜେକିରୁ ଅଧିକ କମିଯାଇଥିବା କୁହାଯାଉଥିବା ବେଳେ ତାକୁ ନେଇ ଚିନ୍ତାରେ ଅଛନ୍ତି ଡାକ୍ତର ।