ନୂଆଦିଲ୍ଲୀ: ଆଜି ଦେଶବ୍ୟାପି ହରତାଳକୁ ଓହ୍ଲାଇଛନ୍ତି ଶ୍ରମିକ ଓ କୃଷକ ସଂଗଠନ । ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ୱାଧୀନ ଫେଡେରେସନ ସମୂହ ତରଫରୁ ଏହି ହରତରଳ ଡକାରା ଦିଆଯାଇଛି । ଏହାକୁ କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସହ ଇଣ୍ଡର ସମସ୍ତ ପାର୍ଟି ସମର୍ଥନ କରୁଛନ୍ତି । ତେବେ ୨୧ ଦଫା ଦାବି ପୂରଣ ନେଇ ଆଜି ଭାରତ ବନ୍ଦ ଡାକରା ଦିଆ ଯାଇଛି । ଏହାର ପ୍ରଭାବ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ତେବେ ଗୁଣପୁରରେ ମଧ୍ୟ ବନ୍ଦ ପାଳନ କରାଯାଇଛି । ଫଳରେ ସହରରେ ଦୋକାନ, ବଜାର, ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ସଂଯୁକ୍ତ କିଷାନ ମୋର୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପୀ ଧର୍ମଘଟ ଓ ହଡତାଲ ଡାକରାକୁ ସମର୍ଥନ କରିଛି ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ । ଏନେଇ ସଂଘ ତରଫରୁ ଭାରତ ବନ୍ଦ ପାଳନ କରାଯିବା ନେଇ ଡାକରା ଦିଆଯାଇଛି । ଗୁଣୁପୁର ବାଇପାସ୍ ଛକ ଉପରେ ଟାୟାର ଜାଳି ପ୍ରତିବାଦ କରୁଥିବା ନଜର ରହିଛି। କେନ୍ଦ୍ର ସରକାର ଶ୍ରମିକ ଓ କୃଷକ ବିରୋଧି ନୀତି ବିରୁଧରେ ଗୁଣୁପୁର କିଷାନ ମୋର୍ଚା ବନ୍ଦ ପାଳନ କରିଛି।ସେହିପରି ରାମନାଗୁଡା, ପଦ୍ମପୁର, ଗୁଡାରି, ପଦ୍ମପୁର ବ୍ଲକ୍ ଅଞ୍ଚଳରେ ମଧ୍ୟ ବନ୍ଦ ପାଳନର ପ୍ରଭାବ ପଡିଛି। କେନ୍ଦ୍ର ବିରୋଧି ସ୍ଲୋଗାନ ଦେଇ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରାଯାଇଛି।
ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ ଦଳ ଏହାକୁ ସମର୍ଥନ କରିଛି। କେନ୍ଦ୍ର ସରକାରଙ୍କର ଚାଷୀ ମରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା କଂଗ୍ରେସ। ଏମ୍ଏସପି ବୃଦ୍ଧି ସହ ଚାଷୀଙ୍କ ସୁରକ୍ଷା ଓ ସାମଗ୍ରିକ ବିକାଶ ଦାବି କରିଛି ଦଳ। ଆଜିର ବନ୍ଦରେ ସ୍କୁଲ, କଲେଜ, ଅଫିସ, ବ୍ୟାଙ୍କ୍ ସବୁ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଛି। ସେପଟେ ଜରୁରୀକାଳୀନ ସେବା ଓ ବସ ଚଳାଚଳକୁ ବନ୍ଦରୁ ବାଦ ଦିଆଯାଇଛି।