ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ଝାଡଖଣ୍ଡ: ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ । ରାଜଭବନରେ ପଦ ଓ ଗୋପନୀୟତାର ର ଶପଥ କରାଇଲେ ରାଜ୍ୟପାଳ । ତାଙ୍କ ସହ କଂଗ୍ରେସ ବିଧାୟକ ଅଲଗିର ଆଲାମ ଏବଂ ଆରଜେଡି ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜମି ଦୁର୍ନୀତି ମାମଲାରେ ଗିରଫ ହେମନ୍ତ ସୋରେନଙ୍କ ଇସ୍ତଫା ପରେ ଚମ୍ପାଇ ସୋରେନ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେପଟେ ଆଜି ହେମନ୍ତ ସୋରେଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପଚାରାଉଚରା କରିବ ଇଡି ।