ଭୁବନେଶ୍ୱର: ହଠାତ ବଢିଲା ଶୀତ । ବାତ୍ୟା ପ୍ରଭାବରେ ଉପାନ୍ତ ଠାରୁ ଉପକୂଳ ସବୁଠି କୋହଲା ପାଗ । ଚଳିତ ବର୍ଷ ରାଜଧାନିରେ ରେକର୍ଡ କଲା ଶିତ । ୫ଡିଗ୍ରୀ ଖସିଲା ଦିନର ତାପମାତ୍ରା । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତୁଆ ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡଗ୍ରୀ କମ ରହିବ ବୋଲି କୁହାଯାଉଛି । ବିଭିନ୍ନ ମଡେଲ ଅନୁସାରେ ରାଜ୍ୟରେ ଏବେ ଶୀତ ବିଶେଷ ବଢିବନି। ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଏପଟେସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି ସାଇକ୍ଲୋନ ମିଗଜୋମର ଅବଶିଷ୍ଟାଂଶ। ସ୍ଥଳ ଭାଗ ଛୁଇଁବା ପରେ ଏହା କ୍ରମଶଃ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ବାତ୍ୟା ପ୍ରଭାବରେ ଆନ୍ଧ୍ର ଉପକୂଳ ଓ ତାମିଲନାଡୁରେ ପବନ ସହ ପ୍ରବଳ ବର୍ଷାହୋଇଛି ।