ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ଟାଲେଣ୍ଟ ଏକାଡେମୀ । ଏଆଏଫ୍ଏଫ୍-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ତୃଣମୂଳସ୍ତରରୁ ଖେଳାଳି ଚୟନ କରି ସ୍ୱତନ୍ତ୍ର ଭାବେ ଏକାଡେମୀରେ କୋଚିଙ୍ଗ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଫିଫା ମୁଖ୍ୟ ଫୁଟବଲ ଡେଭେଲପମେଣ୍ଟର ଆର୍ସେନ ୱିଙ୍ଗର, ସର୍ବଭାରତୀୟ ଫୁଟବଲ୍ ଫେଡେରେସନର ସଭାପତି କଲ୍ୟାଣ ଚୌବେ, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କ୍ରୀଡ଼ା ସଚିବ ଆର ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ। ବିଶେଷ କରି ରାଜ୍ୟ ଜୁନିୟରସ୍ତରର ଖେଳାଳିମାନଙ୍କୁ ଏଆଇଏଫ୍ଏଫ୍ ଫିଫା ଟ୍ୟାଲେଣ୍ଟେ ଏକାଡେମୀରେ କୋଚିଂ ସହ ପାଠ ପଢିବାର ସୁଯୋଗ ମଧ୍ୟ ଦିଆଯିବ। ଭାରତୀୟ ଫୁଟବଳ ସଂଘ ଭୁବନେଶ୍ବରରେ ଏକାଡେମୀ କରିବା ପାଇଁ ଆଗ୍ରହ ପ୍ରକାଶ କରିବାର ମୁଖ୍ୟ କାରଣ ଭୁବନେଶ୍ବରରେ ଯେଉଁଭଳି କ୍ରୀଡା ଭିତ୍ତିଭୂମି ରହିଛି ଏହାଠାରୁ ଅଧିକ ସୁବିଧା ଆଉ କେଉଁ ରାଜ୍ୟରେ ନାହିଁ। ତେଣୁ ଓଡ଼ିଶା ହେଉଛି କ୍ରୀଡାର ପ୍ରଥମ ପସନ୍ଦର ଜାଗା। ଏବେ ଫୁଟବଲକୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ତିନିଟି ଫୁଟବଲ ଅଭ୍ୟାସ ଗ୍ରାଉଣ୍ଡ ନିର୍ମାଣ କରିଛନ୍ତି। ଏଆଇଏଫ୍ଏଫ୍ ଫିଫା ଟ୍ୟାଲେଣ୍ଟ ଏକାଡେମୀ ଭୁବନେଶ୍ବରରେ ଥିବା ୭ମ ବାଟାଲିଆନରେ ରହିଛି। ବର୍ତ୍ତମାନ ଏହି ଏକାଡେମୀରେ ୧୩ ବର୍ଷରୁ ଅଧିକ ଓ ୧୭ ବର୍ଷରୁ କମ ବୟସ ବର୍ଗର ଖେଳାଳି ଚୟନ କରାଯିବ। ଆଗାମୀ ଦିନରେ ଭାରତୀୟ ଫୁଟବଲ ୧୦୨ରାଙ୍କରୁ ଉପରକୁ ଉଠି ନିଜର ପ୍ରତିଭାକୁ ପ୍ରମାଣିତ କରିବ ବୋଲି ଆଶା ରଖିଛନ୍ତି ଏଆଇଏଫ୍ଏଫ୍ର ସଭାପତି କଲ୍ୟାଣ ଚୌବେ।