ଗୋରିବନ୍ଧ ପଞ୍ଚାୟତରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ପାରଳାଖେମଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧ ଗ୍ରାମ ପଞ୍ଚାୟତ  ସମ୍ମିଳନୀ କକ୍ଷଠାରେ  ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ  ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି  । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ.କୁମାର  ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତିରୁପତି ରାଓ ପ୍ରମୁଖ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି  ଗୋରିବନ୍ଧ ସମେତ ଅଲ୍ଲଡ଼ା, ଖଣ୍ଡଭା, ବୁଦୁରା ଓ ଶୀୟାଲି ଗ୍ରାମ ପଞ୍ଚାୟତର  ସମୁଦାୟ ମୋଟ  ୫୮ ଗୋଟି  ଅଭିଯୋଗ  ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୨୨ ଗୋଟି, ଗ୍ରାମ ଭିତ୍ତିକ ସମସ୍ୟା- ୩୬  ଗୋଟି ଅଭିଯୋଗ ଆସିଥିଲା ।   ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା  ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ  ଅଭିଯୋଗ ଆସିଥିଲା ।  ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ପଞ୍ଚାୟତ ସମିତି  ଅଧ୍ୟକ୍ଷା ଶ୍ରୀମତୀ ବାଳା ସାୟାମା, କାଶୀନଗର  ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କପିଳେଶ୍ୱର ତାଣ୍ଡି, ତହସିଲଦାର ସ୍ଥାନୀୟ ସରପଞ୍ଚ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ  ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ  ।