ଗଜପତି /ବିବେକାନନ୍ଦ ବେହେରା: ଗଜପତି ଜିଲ୍ଲା କାଶୀ ନଗର ବ୍ଲକର ସ୍ୱାସ୍ଥ୍ୟ ବିଳାସ ଫାର୍ମାସି ପକ୍ଷରୁ ଧନ୍ୱନ୍ତରି ଜୟନ୍ତୀ ରାମନାଥ ପାତ୍ର ଓ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଙ୍କ ଦ୍ଵାରା ପ୍ରଭୂ ଧନ୍ୱନ୍ତରୀଙ୍କ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ସଭାରେ ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଡକ୍ଟର ରାଧାରାଣୀ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡକ୍ଟର ବସନ୍ତ କୁମାର ସଡ଼ଙ୍ଗୀ ଓ ମୁଖ୍ୟ ଅତିଥି ଭାବେ ଡକ୍ଟର ପତିତପାବନ ବାରିକ ଯୋଗ ଦେଇ ଥିଲେ। ପରେ ଡକ୍ଟର ବସନ୍ତ କୁମାର ଷଡଙ୍ଗୀ ଓ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କୁ ସମ୍ମାନିତ ପ୍ରତିଭାରେ ସମ୍ମାନିତ କରାଯାଇ ଡକ୍ଟର ରାଧାରାଣୀ ରଥ ଓ ପତିତପାବନ ବାରିକଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନ କରାଯାଇଥିଲା।ପରିଶେଷରେ ରାମନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଲଳିତ କାନ୍ତ ଓ ରମାକାନ୍ତ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ କବିରାଜ ଡକ୍ଟର ଯୋଗ ଦେଇଥିଲେ। ସ୍ଥାନୀୟ ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।