ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ପୂଜା କମିଟି ପକ୍ଷରୁ ୩୯ ତମ ଗଜ ଲକ୍ଷ୍ମୀ ପୂଜା ଅତି ଆଡମ୍ବରରେ ପାଳିତ ହୋଇ ଯାଇଛି।ଆଗାମୀ ୯ ଦିନ ବ୍ୟାପି ଏହି ପୂଜା ଅନୁଷ୍ଠିତ ହେବ ବୋଲି କୁହାଯାଉଛି । ଏହି ପୂଜା ମଣ୍ଡପରେ ପ୍ରତିଦିନ ସନ୍ଧ୍ୟା ଆଳତୀ ଦେଖିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଛି। ଏହା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସୂଚନା ରହିଛି। ପୂଜା କମିଟି ପକ୍ଷରୁ ଦୀପ ଜାଳିବା ଓ ଚୁଡି ଦାନ କାର୍ଯ୍ୟକ୍ରମ ରହିଛି। ଏହି ପୂଜାକୁ ପୂଜା କମିଟି ର ବାବୁନା ବେହେରା, ପ୍ରସାଦ ଗୌଡ଼, ପ୍ରଭାତ ପାତ୍ର, ରଘୁ ପାଣିଗ୍ରାହୀ, ଗଙ୍ଗା ଖଞ୍ଜା, ସୁଶାନ୍ତ ବେହେରା, ଜିତେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରୁଥିବା ବେଳେ ଅଞ୍ଚଳବାସୀ ସହଯୋଗ କରୁଛନ୍ତି। ପୂଜକ ଭାବେ ରାମ କୃଷ୍ଣ ମିଶ୍ର, ବୁଢା ତ୍ରିପାଠୀ ରୀତିନୀତି ରେ ପୂଜା କରୁଛନ୍ତି।