ଜୟପୁର/ମନୋଜ ଦାଶଙ୍କ : ପୁଣି କୋରାପୁଟ ଜିଲ୍ଲା ଜୟପୁର ରେ ହତ୍ୟା | ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ଅପରାଧୀ | ଆଜି ଜୟପୁର ଟାଉନ ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଠାରେ ପାରିବାରିକ କଳହରୁ ହତ୍ୟା ଅଭିଯୋଗ | ସୂଚନା ମୁତାବକ ବୋରୀଗୁମା ଅଞ୍ଚଳର ଭଗତ ରାମ ହରିଜନ ଆଜି କି ଆଠ ବର୍ଷ ତଳେ ନିଜ ପ୍ରଥମ ସ୍ତ୍ରୀ କୁ ହତ୍ୟା କରିବା ଅଭିଯୋଗରେ କାରାଗାର ଯାଇଥିଲେ | ଜାମିନରେ ଆସିଲା ପରେ ପୁଣି ଜୟପୁର ଡେଙ୍ଗାଗୁଡା ଅଞ୍ଚଳର କୁସୁମା ହରିଜନ କୁ ଦୁତୀୟ ବିବାହ କରି ଡେଙ୍ଗାଗୁଡା ଅଞ୍ଚଳରେ ବସବାସ କରୁଥିଲେ |
ମୃତକଙ୍କ ପୁଅ ଡମୁ କହିବା ଅନୁସାରେ ଗତକାଲି ବୋଧେ ହୁଏ କିଛି ଘଟଣା ଘଟିଥିଲା ତା ପରେ ବାପା ଭକତ ରାମ ହରିଜନ ତାଙ୍କ ମାକୁ ହତ୍ୟା କରି ଫେରାର ହୋଇ ଯାଇଛି | ମୃତ୍ୟ ଖବର ପାଇଲା ପରେ ଥାନାକୁ ଯାଇ ଅଭିଯୋଗ କରିବା କଥା କହିଛନ୍ତି ପୁଅ ଡମୁ ପରଜା ହରିଜନ | ଘଟଣା ଖବର ପାଇ ଘଟଣା ସ୍ଥାନରେ ଜୟପୁର ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବାର ସୂଚନା ଦେଇଛନ୍ତି ଜୟପୁର ଟାଉନ ଆଇ ଆଇ ସି ସତ୍ୟାନନ୍ଦ ପାତ୍ର |