ଅଦାର ଉପକାରୀ ଗୁଣ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଜାଣନ୍ତି ଯେ ଅଦା ଏକ ଏପରି ମସଲା ଯାହା କେବଳ ତରକାରୀକୁ ସୁଆଦିଆ କରେ ନାହିଁ, ବରଂ ଏଥିରେ ବହୁ ଉପକାରୀ ଗୁଣ ମଧ୍ୟ ରହିଛି । ଅଦାରୁ ଶରୀରକୁ ପୋଷଣ ମିଳିଥାଏ । ଏହା ଶରୀର ପାଇଁ ଖୁବ ଭଲ । ବିଶେଷକରି ମସ୍ତିଷ୍କ ପାଇଁ ଅଦା ଅତି ଭଲ ହୋଇଥାଏ । ଏହାକୁ ଅନେକ ପ୍ରକାର ମସଲାରେ ବ୍ୟବହାର କରି ହେବ । ପ୍ରତିଦିନ ଅଦା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଅଦା ଖାଇବା ଦ୍ୱାରା ଶରୀରରୁ ଝାଳ ବୋହିବା କମ୍ ହୋଇଥାଏ । ଏହା ବ୍ୟକ୍ତିକୁ ଯୁବା ଦିଶେଇବାରେ ସହାୟ ହୁଏ ।

ରୀତିମତ ଅଦା ଖାଉଥିବା ବ୍ୟକ୍ତିଙ୍କୁ ସକାଳୁଆ ଆଳସ୍ୟ ଲାଗେ ନାହିଁ । ବିଶେଷ କରି ମହିଳାମାନଙ୍କୁ ଗର୍ଭବତୀ ଥିବା ସମୟରେ ଯେଉଁଭଳି ମାନ୍ଦା ଅନୁଭୂତ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍ ହୋଇଥାଏ । ଗଣ୍ଠିମୁଣ୍ଡରେ ଯେଉଁ ଯନ୍ତ୍ରଣା ଅନୁଭବ ହୋଇଥାଏ ଅଦା ଖାଇବା ଦ୍ୱାରା ତାହା କମ୍ ଜଣାଯାଏ । ଏହା ହୁଏତ ତୁରନ୍ତ ଅନୁଭୂତ ନ ହୋଇପାରେ ମାତ୍ର ସବୁଦିନ ପାଇଁ ଯନ୍ତ୍ରଣାକୁ ଦୂରେଇ ଦେଇପାରେ ଅଦା ।

ହୃଦ୍ରୋଗୀଙ୍କ ପାଇଁ ମଧ୍ୟ ଅଦା ଖୁବ୍ ଭଲ ହୋଇଥାଏ । ଗବେଷକମାନଙ୍କ କହିବା ଅନୁଯାୟୀ ଦିନକୁ ୨ ଗ୍ରାମ୍ ଅଦା ଖାଇବା ଦ୍ୱାରା ରକ୍ତରୁ ସର୍କରା ସ୍ତର ୧୦ ପ୍ରତିଶତ କମ୍ ହୋଇଥାଏ । ମହିଳାମାନଙ୍କ ମାସିକଧର୍ମ ସମୟର ଯନ୍ତ୍ରଣା ମଧ୍ୟ ଅଦା ଖାଇବା ଦ୍ୱାରା କମ୍ ହୋଇଥାଏ । ଏହାର କୌଣସି ପାଶ୍ୱର୍ ପ୍ରଭାବ ମଧ୍ୟ ନାହିଁ । ଶରୀରରୁ ଚର୍ବି ଖସାଇବାରେ ଅଦାର ଭୂମିକା ଅତୁଳନୀୟ । ରୀତିମତ ଅଦା ଖାଇବା ଅଭ୍ୟାସ କଲେ ଶରୀରରେ ଥିବା ଅତିରିକ୍ତ ଚର୍ବି ହ୍ରାସ୍ ପାଇଥାଏ ।