ଆଳି /ଅଶ୍ବିନୀ କୁମାର ସାହୁ : ଆଜବେଷ୍ଟସ କାଢି ଦୋକାନରୁ ଲୁଟି ନେଲେ ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଠାରୁ ମାତ୍ର ୧୦୦ମିଟର ଦୂର ରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ଆଳି ଥାନା ନକଟରେ ଥିବା ସାଇ ମୋବାଇଲ ଦୋକାନରୁ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କା ମୂଲ୍ୟର ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଆଜି ସକାଳେଦୋକାନ ମାଲିକ ରମେଶ ବେହେରା ଦୋକାନ ଖୋଲିବା ପରେ ଦୋକାନ ଉପର ଆଜବେଷ୍ଟସ କଢି ଲୁଟେରା ମାନେ ଲୁଟି ନେଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ସେ ତୁରନ୍ତ ଆଳି ଥାନାରେ ଅଭିଯୋଗ କରିଥିଲେ । ଲୁଟେରା ଜଣକ ଦୋକାନ ଉପର ଆଜବେଷ୍ଟସ ତାଢ଼ି ଲୁଟ କରିବାର ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି । ଏହାକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ ।