ଗଞ୍ଜାମ(ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାରେ ଥମୁନି ହତ୍ୟାକାଣ୍ଡ ଘଟଣା । ବେଗୁନିଆପଡ଼ା ବ୍ଳକ ବୁରୁଝରି ପଞ୍ଚାୟତର କନିଆରିବାଡିରେ ଜଣକୁ ହତ୍ୟା । ମୃତକ ଜଣକ ହେଉଛନ୍ତି ଜିଆରଏସ ସୁଶୀଲ କୁମାର ମହାନ୍ତି ।ସୁଶୀଲ ସାନ ଉସ୍ତାପଡା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁସାରେ ଗତକାଲି ସୁଶୀଲଙ୍କୁ ରାତିରେ ହିଁ କେହି ହତ୍ୟା କରି କେନାଲ ପାଖରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ ।ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତ ସୁଶୀଲଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ । ସେପଟେ ଖବର ପାଇ ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।