ଜଳେଶ୍ୱର : ଦୀଘା ମାଚ ମାର୍କେଟରେ ବିକ୍ରି ହେଲା ବିଶାଳକାୟ ଭୋଲା ମାଛ । ମାଛଟିର ଓଜନ ଏକ କ୍ୱିଣ୍ଟାଲ ୧୦ କିଲୋଗ୍ରାମରୁ ଅଧିକ । ଓଡିଶାର ପାରଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଟ୍ରଲର ସାହାଯ୍ୟେ ଗଭୀର ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲେ । ସେମାନଙ୍କ ହାତରେ ଏହି ବିଶାଳକାୟ ମାଛ ସେମାନଙ୍କ ଜାଲରେ ବଡିଥିଲା ।
ମତ୍ସଜୀବୀ ମାନେ ମାଛଟିକୁ ବିକ୍ରି କରିବା ପାଇଁ ପଶ୍ଚିମବଙ୍ଗର ଦୀଘା ସ୍ଥିତ ମାଛ ମାର୍କେଟକୁ ଆଣିଥିଲେ । ମାଛଟିକୁ ନିଲାମ ଡକାଯିବା ପରେ କଲିକତାର ବିବିସି ନାମକ ଏକ କମ୍ପାନୀ ୨୫ ହଜାର ଟଙ୍କାରେ ମାଛ ଟିକୁ କିଣିଥିଲା। ଏହି ମାଛରୁ ବିଭିନ୍ନ ପ୍ରକାର ଜଟିଳ ରୋଗର ଔଷଧ ଓ ପ୍ରସାଧନ ସାମଗ୍ରୀ ତିଆରି ହେଉଥିବାରୁ ବିଦେଶରେ ଏହି ମାଛର ବେଶ ଚାହିଦା ଥିବା ସୂଚନା ମିଳିଛି।