କଟକ: କଟକ ଚୌଧୁରୀ ବଜାର ଲୁଗା ଦୋକାନ ନିଆଁ ଆୟତ ହୋଇଛି । ୪ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ କଲା ଅଗ୍ନିଶମ ବାହିନୀ । ବିଲ୍ଡିଂ ଭିତରେ ଯାଞ୍ଚ କରୁଛନ୍ତି ଅଗ୍ନିଶମ ବାହିନୀ । ସିସିଟିଭି ମେମୋରୀ ମେସିନ ଜବତ କରିଛିି ଅଗ୍ନିଶମ ବାହିନୀ । ତେବେ ଏନେଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ଜିଲ୍ଲାପାଳ । ପଢିଆରୀ ପାଠାଗାର ସମ୍ମୁଖ ଲୁଗା ଦୋକାନର ଗ୍ରାଉଣ୍ଡ ଫ୍ଲୋରରୁ ଲାଗିଥିଲା ନିଆଁ । ଗ୍ରାଉଣ୍ଡ ଫ୍ଲୋରରୁ ପରେ ଉପର ୨ମହଲାକୁ ନିଆଁ ବ୍ୟାପିଥିବା କୁହାଯାଉଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡି ପାଉଁଶ ହୋଇଯାଇଛି ।ତେବେ ଏହି ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିଲେ ଅଗ୍ନିଶମ ବାହିନୀର ୬ଟି ଟିମ । ସକାଳ ସମୟ ହୋଇଥିବାରୁ ଲୋକଙ୍କ ଭିଡ ନଥିବାରୁ ବଡ ଅଘଟଣ ଟଳିଯାଇଥିବା କୁହାଯାଉଛି । ସେପଟେ ନିକଟରେ ଥିବା ଅନ୍ୟ ସବୁ ବିଲ୍ଡିଂ ସୁରକ୍ଷିତ ରହିଥିବା ସୂଚନା ରହିଛି ।