ମହାପୁରୁଷ ମହମ୍ମଦଙ୍କ ୧୪୯୮ତମ ଜନ୍ମଦିବସ କେନ୍ଦ୍ରାପଡ଼ାରେ ଧୁମଧାମରେ ପାଳିତ ହୋଇଛି

କେନ୍ଦ୍ରାପଡ଼ା/ ମହେଶ ପାଢ଼ୀ: ମହାପୁରୁଷ ମହମ୍ମଦଙ୍କ ୧୪୯୮ ତମ ଜନ୍ମଦିବସ କେନ୍ଦ୍ରାପଡା ରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ାରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟର ଲୋକମାନେ କେନ୍ଦ୍ରାପଡ଼ା ସହର ଜଇପୁରା ହାଇସ୍କୁଲ ପଡ଼ିଆରୁ ବିରାଟ ପଟୁଆରରେ ବାହାରି ଗୋବରୀ ନଦୀ କୂଳରେ ଥିବା ନୂଆ ଇଦଘା ପଡିଆରେ ପଂହଁଚିଥିଲା । ପରେ ସେଠାରେ ସେମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡ଼ା ସହର ଭାଇଚାରା ର ସହର ହୋଇଥିବାରୁ ହିନ୍ଦୁ ମାନଙ୍କର ଯେକୌଣସି ପର୍ବ ପାଳନ କରାଯାଇଥାଏ ମୁସଲମାନ ଭାଇ ମାନେ ସହଯୋଗ କରିଥାନ୍ତି ଏବଂ ମୁସଲମାନ ସମ୍ପ୍ରଦାୟ ମାନଙ୍କର ଯେକୌଣସି ପର୍ବ ପାଳନ କରାଯାଏ ହିନ୍ଦୁ ଭାଇ ମାନେ ବି ସେମାନଙ୍କୁ ସହଯୋଗ କରିଥାନ୍ତି । ତେବେ ଆଜିର ଏହି ମହମ୍ମଦ ଜୟନ୍ତୀ ମୁସଲମାନ ଭାଇ ମାନେ ପାଳନ କରୁଥିବା ଅବସର ରେ ପୁରୁଣା ମୋଟର ଷ୍ଟାଣ୍ଡ ଠାରେ ହିନ୍ଦୁ ଭାଇ ମାନେ ସେମାନଙ୍କ ସହିତ କରମର୍ଦନ କରିବା ସହିତ ଉଭୟ କୋଳାକୋଳି ହୋଇ ଭାଇଚାରା ର ମନୋଭାବକୁ ଜାହିର କରିଥିଲେ । ଆଜିର ଏହି ମହମ୍ମଦ ଜୟନ୍ତୀ ଶୋଭାଯାତ୍ରାରେ କୌଣସି ଅପ୍ରିତିକାର ପରିସ୍ଥିତି ଦେଖିବା ପାଁଇ ମିଳିନଥିଲା । ଏବଂ ଭିଡ଼ ନିୟନ୍ତ୍ରଣକୁ ରୋକିବା ପାଁଇ ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।