ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ । ତେଣୁ ଝାରସୁଗୁଡା ବିମାନ ବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା ।
ସୂଚନା ଅନୁଯାୟୀ: ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପହଞ୍ଚି କାର୍ଯଁକ୍ରମରେ ଯୋଗଦେଇଛନ୍ତି ପରେ ଛତିଶଗଡରେ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । କିନ୍ତୁ ଆଜି ଓଡିଶା ଛତିଶଗଡରେ ଲଗଣ ବର୍ଷା ଯାରି ରହିଛି । ତେବେ ଛତିଶଗଡ ଆସିବା ସମୟରେ କିଛି ପ୍ରତିକୁଳ ପାଗ ଥାଏ ତେବେ ଝାରସୁଗୁଡା ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଜରୁରିକାଳିନ ଅବତରଣ କରିପାରେ । ତେଣୁ ଝାରସୁଗୁଡା ବିମାନ ବନ୍ଦରରେ କଡକଡି କରାଯାଉଛି ସୁରକ୍ଷା ବ୍ୟବସ୍ଥା । ସେଠାରେ ଝାରୁଶୁଗୁଡା ଜିଲ୍ଲାପାଳ, ଲସପି ଓ ଅନ୍ୟ ଅଧିକାରୀ ବିମାନ ବନ୍ଦରରେ ଉପସ୍ଥିତ ଥିବା ବେଳେ ସେନାର ୩ଟି ହେଲିକପ୍ଟର ବି ପହଞ୍ଚି ସାରିଛି । ଆଜି ୩ ଟା ୧୫ର ମିନିଟ୍ରେ ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ତେଣୁ ଉକ୍ତ ସମୟରେ ପାଗ ପ୍ରତିକୂଳଥିଲେ ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୨ଟାରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ। ସେଠାରୁ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଛତିଶଗଡ଼ ଯାଇ ପାରନ୍ତି। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।