କିଛି ନିର୍ଦ୍ଦିଷ୍ଟ କର୍ମସ୍ଥଳୀକୁ ବାଦ୍ ଦେଲେ ଭାରତୀୟମାନେ କେବଳ ବିମାନ ଭିତରେ ଚୁପ୍ ରହୁଥିବା ଦେଖାଯାଏ । ଅଧିକାଂଶ ଲୋକ ପରସ୍ପରକୁ ଜାଣି ନ ଥିବାବେଳେ ବିମାନ ଇଞ୍ଜିନର ଶବ୍ଦ ଯୋଗୁ ସାଧାରଣଭାବେ କଥା କହିବା କଷ୍ଟକର ହୋଇପଡ଼େ । କ୍ୟାବିନ୍ କ୍ର୍ୟୁଙ୍କ ବାରଣ ସତ୍ତେ୍ୱ ବି ଅନେକ ବିମାନ ରନ୍ୱେରେ ଥିବା ସମୟରେ ମୋବାଇଲରେ କଥା କହିବା ଆରମ୍ଭ କରିଦିଅନ୍ତି । ବହି ପଢ଼ିବାରେ କୌଣସି ପ୍ରକାର ଶବ୍ଦ ସୃଷ୍ଟି ହେଉ ନ ଥିବାବେଳେ ବିମାନରେ ବହୁତ ଏହା କମ୍ ଦେଖିବାକୁ ମିଳିଥାଏ । ଏଭଳି ବ୍ୟବହାର କରୁଥିବା ବ୍ୟକ୍ତି ହେଉଛନ୍ତି, ସିଗାରେଟ୍ ଟାଣୁଥିବା ବ୍ୟକ୍ତି ସହ ସମାନ । ଯେଉଁମାନେ କି ସିଗାରେଟ୍ ସରିବା ପୂର୍ବରୁ ଶେଷଥର ଲାଗି ଧୂଆଁକୁ ଜୋରରେ ଟାଣିଥା’ନ୍ତି ।
ଭାରତୀୟମାନେ ସାଧାରଣତଃ ଟ୍ରେନ୍ରେ ଯାତ୍ରା କରିବାକୁ ପସନ୍ଦ କରିଥା’ନ୍ତି । ବିଶେଷକରି ଟ୍ରେନ୍ରେ ଦୀର୍ଘକାଳୀନ ଯାତ୍ରା ସମୟରେ ନିଜ ଆଖପାଖରେ ଥିବା ଯାତ୍ରୀଙ୍କ ସହିତ କଥାହେବାକୁ ଲୋକମାନେ ପସନ୍ଦ କରିଥା’ନ୍ତି । ବସ୍ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥାଏ । ଭାରତୀୟମାନେ ଚୁପ୍ ରହିବା ବା ନିରବତାଠାରୁ ଦୂରେଇ ରହିବାକୁ ପସନ୍ଦ କରିଥା’ନ୍ତି । ବୋଧହୁଏ ଏକ ଘନିଷ୍ଠ ଓ ଅଧିକ କଥାପ୍ରିୟ ଗୋଷ୍ଠୀଙ୍କ ଭିତରେ ବଢ଼ିବା କାରଣରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥାଇପାରେ ।
କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଭାରତୀୟମାନେ ୨ ମିନିଟ୍ ନିରବ ପ୍ରାର୍ଥନା କରିବାର ପ୍ରଥା ରହିଛି । ମାତ୍ର ନିରବ ପ୍ରାର୍ଥନାର ୨୦ ସେକେଣ୍ଡ ପରେ ଅଧିକାଂଶ ଭାରତୀୟ ଅସ୍ଥିର ହୋଇପଡ଼ିଥା’ନ୍ତି । ତେଣୁ ଅଧିକାଂଶ କ୍ଷେତ୍ରରେ ଯେଉଁ ବ୍ୟକ୍ତି ଏହି ନିରବ ପ୍ରାର୍ଥନା ପାଇଁ ଆହ୍ୱାନ କରିଥା’ନ୍ତି, ୧୨୦ ସେକେଣ୍ଡ ପୂରଣ ପୂର୍ବରୁ ଏହାକୁ ଶେଷ କରିଦେଇଥା’ନ୍ତି । ଏପରିକି ସ୍ୱାଧୀନତା ସଂଗ୍ରାମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା ପାଇଁ କେନ୍ଦ୍ର ସରକାର ଆହ୍ୱାନ କରିଥିବା ବେଳେ ଏହା ମଧ୍ୟ ଠିକ୍ ଭାବେ ପାଳନ ହେଉଥିବା ଦେଖିବାକୁ ମିଳେନାହିଁ । ଅଧିକାଂଶ ନିଜ ଇଚ୍ଛାରେ ଏହାକୁ ପାଳନ କରି ନ ଥା’ନ୍ତି । ଅରଭିଲ୍ଙ ମତ୍ରୀମନ୍ଦିରରେ ଥିବା ଧ୍ୟାନ ଚାମ୍ବରରେ ନିରବ ରହିବାଲାଗି ବାରମ୍ବାର କୁହାଯାଉଥିଲେ ବି ସେଠାରେ ଉପସ୍ଥିତ ଅନେକ ବ୍ୟକ୍ତିଙ୍କ କ୍ଷେତ୍ରରେ ତାହା ସମ୍ଭବପର ହୋଇନଥାଏ ।