ଓଡିଶା :ରୋଷେଇ ହେଉ କି ଶୁଭ କାର୍ଯ୍ୟ ସବୁଥିରେ ହଳଦୀର ନିହାତି ଆବଶ୍ୟକତା ରହିଛି । ହଳଦୀରେ ଔଷଧୀୟ ଗୁଣ ଭରପୁର ହୋଇ ରହିଛି । ହଳଦୀର ରଙ୍ଗ ହଳଦୀଆ ବୋଲି ସମସ୍ତେ ଜାଣନ୍ତି । ବର୍ତ୍ତମାନ ଚର୍ଚ୍ଚାରେ ନୀଳ ହଳଦୀ । ଏହାକୁ ଲୋକମାନେ ନୀଳ ହଳଦୀ କୁ କଳା ହଳଦୀ କହିଥାନ୍ତି । ଏହି ହଳଦୀ ଉପର ଭାଗ କଳା ହୋଇଥିବା ବେଳେ ଭିତର ଭାଗ ନୀଳ ଅଟେ । ଯାହା ଶୁଖିଯିବା ପରେ ଏହା କଳା ପଡିଯାଏ । ନୀଳ ହଳଦୀ ଚାଷ କରି ଅନେକ ଚାଷୀ ଆୟ ବୃଦ୍ଧି କରିଥାନ୍ତି । ଏହି ଚାଷ ଭାରତ କେତେକ ରାଜ୍ୟ ମଧ୍ୟରେ ଚାଷ କରାଯାଉଛି । ସାଧାରଣ ହଳଦୀ ଠାରୁ ନୀଳ ହଳଦୀ ଗୁଣକାରୀ । ଆୟୁର୍ବେଦିକ ଔଷଧରେ ଏହାର ବ୍ୟବହାର ଅଧିକ କରାଯାଏ ।ସାଧାରଣ ହଳଦୀ ଭଳି ଏହି ଚାଷ କରିବା ସହଜ ନୁହେଁ ଏହା ପାଇଁ ଅଧିକ ପରିଶ୍ରମ କରିବାକୁ ପଡେ ।କାଦୁଆ ଦୋରସା ମାଟି ଏହି ଚାଷ ହୋଇଥାଏ । ଏହି ଚାଷ ପାଇଁ ଅଧିକ ପାଣି ବ୍ୟବହାର ହୋଇନଥାଏ । ଅଧିକ ପାଣିର ବ୍ୟବହାର ରେ ନୀଳ ହଳଦି ଗଛ ନଷ୍ଟ ହୋଇଯାଏ । ନୀଳ ହଳଦୀ ବଜାରରେ ଏହାର ଚାହିଦା ଅଧିକ ।