ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦ ଖୋଲିଲା ଆଉ ୪ଟି ଗେଟ

ସମ୍ବଲପୁର: ହୀରାକୁଦ ଖୋଲିଲା ଆଉ ୪ଟି ଗେଟ । ଉପରମୁଣ୍ଡରେ ଜଳସ୍ତର ବଢିବାରୁ ଆଉ ୪ଟି ଗେଟ ଖୋଲାଯାଇଛି । ଗତକାଲି ୩ଟି ଗେଟ ଖୋଲାଯାଇଥିବା ବେଳେ ଆଜି ପୁଣି ଆଉ ୪ଟି ଗେଟ ଖୋଲା ଯାଇଛି । ଏହାକୁ ମିଶାଇ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି । ତେଣୁ ଆଜି ଆଇ ୪ଟି ଗେଟ ଖୋଲାଯାଇଛି । ସୂଚନା ଅନୁଯାୟୀ ରବିବାର ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା । ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା।