ଗଜପତି: ଲଗାଣ ବର୍ଷାରେ ଭାସି ଯାଇଛି ଅସ୍ଥାୟୀ ପୋଲ । ଗଜପତି ଜିଲ୍ଲାର ସଦର ମହାକୁମା ପାରଳାଖେମୁଣ୍ଡି ଉପକଣ୍ଠର ଗୋଷାଣି ଡାଳିମ୍ବ-କେରାଣ୍ଡି ରାସ୍ତାରେ ନିର୍ମାଣ କରାଯାଇଥିବା ଏକ ଅସ୍ଥାୟୀ ପୋଲ ୩ ଦିନ ଲଗାତାର ବର୍ଷା ଫଳରେ ଭାସିଯାଇଛି ।ଏହି ରାସ୍ତାରେ ଥିବା ଏକ ନାଳ ଉପରେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏହି ଅସ୍ଥାୟୀ ପୋଲଟି ଗ୍ରାମବାସୀଙ୍କ ଯାତାୟାତ ପାଇଁ ଡାଇଭର୍ସନ ରାସ୍ତା ରୂପେ ନିର୍ମାଣ କରାଯାଇଥିଲା । ଏହି ପୋଲ ଏବେ ଧୋଇ ହୋଇ ଯାଇଥିବାରୁ ଡାଳିମ୍ବପୁର, ଅମରା ଓ ରାଟିଣି ଗ୍ରାମାଞ୍ଚଳର ପ୍ରାୟ ୩୦୦୦ ରୁ ଅଧିକ ଲୋକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ବ୍ରିଜ ନର୍ମାଣ ଲାଗି ଗତ ଫେବ୍ରୁୟାରିରେ ଚୁକ୍ତିନାମା ହୋଇଥିଲା ।
ଅସ୍ଥାୟୀ ରାସ୍ତା ଟି ଭାସି ଯିବା ଫଳରେ ଏହି ଗ୍ରାମରଲୋକଙ୍କୁ ପାରଳା ଆସିବାକୁ ହେଲେ ଆନ୍ଧ୍ରା ଦେଇ ଯାତାୟାତ କରିବାକୁ ପଡୁଛି । ଆନ୍ଧ୍ରା ଦେଇ ପାରଳା ଆସିବାକୁ ହେଲେ ୧୦ ରୁ ୧୨ କିମି ଅଧିକ ପଡିବା ସହ ସେଠାକାର ପୋଲିସ ପ୍ରସାସନ କିଛି ସମସ୍ୟା ସୃଷ୍ଟି କରୁଥିବାର ସୂଚନା ମିଳୁଛି । ଏ ସବୁ କାରଣ ଯୋଗୁଁ ଏହି ଗ୍ରାମଲୋକ ଅସନ୍ତୋଶ ପ୍ରକାଶ କରିଛନ୍ତି ।