ଆମ୍ବା ହେଉଛି ଫଳ ମାନଙ୍କର ରାଜା । ଏହା ସିଜିନ ଅନୁସାରେ ମିଳେ ତେଣୁ ଲୋକମାନେ ଏହାକୁ ଖାଇବାକୁ ଖୁବ୍ ପସନ୍ଦ କରନ୍ତି ।ଛୋଟରୁ ବଡ ଯାଏ ଆମ୍ବ ଖାଇବାକୁ ସମସ୍ତେ ଭଲପାଆନ୍ତି । ଆମ୍ବରେ ଫାଇବର ଏବଂ ଭିଟାମିନ୍ସ ସହିତ ଅନେକ ଲାଭଦାୟକ ଗୁଣ ରହିଛି । ଏତେ ଆମ୍ବ ଖାଇ ଜଣଙ୍କର ଜୀବନ ଯାଇଛି । ଏହା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟା ଲାଗିପାରେ । କିନ୍ତୁ କଥାଟି ଏକଦମ ସତ । ଏପରି ଅଭାବନୀୟ ଘଟଣା ଘଟିଛି ଇନ୍ଦୋରରେ ରହୁଥିବା ଜଣେ ମହିଳାଙ୍କ ସହ । ମହିଳା ଜଣଙ୍କ ମୃତ୍ୟୁ ଆମ୍ବ ଖାଇ ହୋଇଛି ।
ରାଜେନ୍ଦ୍ର ନଗର ଥାନା ଅଧିନସ୍ଥ ବିଜଲପୁରରେ ରହୁଥିବା ଜଣେ ମହିଳାଙ୍କର ଆମ୍ବ ଖାଇବା ଦ୍ୱାରା ମୃତ୍ୟୁ ହୋଇଥିଲା । ପୋଲିସ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ମହିଳାଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଏଭଳି ଆଶ୍ଚର୍ୟ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଫୋରେନ୍ସିକ ଟିମକୁ ଆମ୍ବରେ ବିଷର ଅଂଶ ମିଳିଛି । ଏଭଳି ଘଟଣା ପରେ ସମସ୍ତଙ୍କ ମନରେ ବହୁ ପ୍ରଶ୍ନ ସୃଷ୍ଟି ହୋଇଛି । ସତରେ କଣ ଆମ୍ବ ଖାଇ କାହାର ମୃତ୍ୟୁ ହୋଇପାରେ? ତେବେ ଆସନ୍ତୁ ଜାଣିବା ଏପରି ଘଟଣାର କାରଣ କଣ
ବର୍ତ୍ତମାନ ଆମ୍ବ ପାଚିବା ପାଇଁ କେମିକାଲ ବ୍ୟବହାର କରାଯାଉଛି । ଆମ୍ବର ବିକ୍ରି ବଢ଼ାଇବା ପାଇଁ ଏବଂ ଅଧିକ ସମୟ ପର୍ୟ୍ୟନ୍ତ ସତେଜ ରଖିବା ପାଇଁ ଏହାକୁ ଅପ୍ରାକୃତିକ ଭାବେ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ବିଷାକ୍ତ କେମିକାଲକୁ ବ୍ୟବହାର କରାଯାଉଛି, ଯାହା ଦ୍ୱାରା ମଣିଷ ଶରୀରରେ ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ । କେମିକାଲ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆମ୍ବ ବିଷାକ୍ତ ହୋଇପାରେ ।ଏହା ସହିତ ଏଥିରେ ସାଇଡ ଇଫେକ୍ଟସକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ । ୠଝଝଇଓ କହିଛି ଯେ କଳା ଚିହ୍ନ ଥିବା ଆମ୍ବକୁ ଆପଣ କିଣନ୍ତୁ ନାହିଁ କାରଣ ଏହି ଆମ୍ବରେ କ୍ୟାଲସିୟମ କାର୍ବାଇଡରୁ ଉତ୍ପନ୍ନ ଏସିଟିଲିନ ଗ୍ୟାସ ଥାଇପାରେ । ଏହି ଆମ୍ବ ଖାଇବା ଦ୍ୱାରା ମଣିଷ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ଏପରିକି ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହୁଛି ।