ଅଙ୍ଗନବାଡି କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଜପୁର ପଞ୍ଚାୟତ ରାଇରଙ୍ଗପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ରିନାରାଣୀ ନାୟକଙ୍କ ଆବାହକତ୍ବରେ ବୃକ୍ଷ ରୋପଣ  ହୋଇଛି। ଏଥିରେ ସରପଞ୍ଚ କେଦାର ପୃଷ୍ଟି, ୱାର୍ଡମେମ୍ବର କାବେରୀ ନାୟକ,ସ୍ୱାସ୍ଥ୍ୟ କର୍ମୀ ସରସ୍ୱତୀ କାଣ୍ଡି,ଅଙ୍ଗନବାଡି କର୍ମୀ ରଞ୍ଜୁକ୍ତା ଷଡ଼ଙ୍ଗୀ ଓ ସମାଜସେବୀ ଦିଲ୍ଳୀପ କୁମାର କାଣ୍ଡି ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।ଏପରିକି ଅନୁଷ୍ଠାନ ବଣିଆଟାଙ୍ଗୀ ହାଡପଦା ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିଛି  ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ  ଯଥା ହରିଡା, ବାହାଡ଼ା,ଜାମୁ,ଅଁଳା କରଞ୍ଜ, ଅଶୋକ ଲିମ୍ବ ସମେତ ବିଭିନ୍ନ କିସମର ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ୟୋର୍ସ ହୋପ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ସନ୍ତୋଷ ନାୟକ, ସୁକାନ୍ତ ବେହେରା, ତପନ ପଟ୍ଟନାୟକ, ବିକାସ ନାୟକ, ପ୍ରଜ୍ଞା ପାରମିତା ନାୟକ, ଚିର ଅନୁଭବ ନାୟକ ଓ ନାଲୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।