ରାସ୍ତା ଉପରେ ଜଳି ଗଲା ଟାଟା ଏସି ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କରଞ୍ଜିଆ / ବସନ୍ତ କୁମାର ସୋରେନ : ଚଳନ୍ତା ଗାଡିରେ ଲାଗିଲା ନିଆଁ । ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗାରେ ଚଳନ୍ତା ଗାଡିରେ ନିଆଁ ଲାଗି ଜଳିଯାଇଛି ।
ତେବେ ଅଳ୍ପକେ ବର୍ତ୍ତି ଯାଇଛି ଡ୍ରାଇଭର । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅପରାହ୍ନ ସମୟରେ ଆନନ୍ଦପୁର ପଟରୁ ବାଉଁଶ ନିର୍ମିତ ଗଛ ଘେରା ସାମଗ୍ରୀ ଧରି ଠାକୁରମୁଣ୍ଡା ଆଡକୁ ଆସୁଥିବା ଟାଟା ଏସି ଗାଡି  (ଓଡ଼ି ୦୫ ଏଲ ୧୭୪୮) ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ଗୋଡ଼ଭଙ୍ଗା ନିକଟରେ ଜଳି ଯାଇଥିଲା। ଖବର ପାଇ ଆନନ୍ଦପୁର ଅଗ୍ନିଶମ ବିଭାଗ  ନିଆଁ କୁ ଲିଭାଇ ଥିଲା। ନିଆଁ ଲାଗି ଗାଡି ଟି ର ୭୦ ଭାଗ ଜଳି ନଷ୍ଟ ହୋଇ ଯାଇଥିଲା। ଗାଡିର ଡ୍ରାଇଭର ଗାଡ଼ିରେ ନିଆଁଲାଗିବା ଜାଣି ଗାଡ଼ିରୁ ବାହାରି ଯାଇଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡି ନଥିବା ବେଳେ  ମହୁଲଡ଼ିହା ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।