ପିଲାମାନଙ୍କ ମଧ୍ୟରେ ଅସମାନତା ଏବଂ ବିଭିନ୍ନ ବର୍ଗରେ ପକ୍ଷପାତିତାକୁ ଦୂର କରିବା ପାଇଁ ଫ୍ଲୋ ଏବଂ ସୋ ଆମ ଆଇ ଫାଉଣ୍ଡେସନ ର ମିଳିତ ସହଯୋଗରେ ‘ଦିଶାନ୍ତିକା ୨୦୨୩’ କର୍ମଶାଳାର ଆୟୋଜନ

ଭୁବନେଶ୍ୱର: ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ମହିଳା ୱିଙ୍ଗ୍ ଫିକି ଫ୍ଲୋ, ସୋ ଆମ ଆଇ ଫାଉଣ୍ଡେସନ ର ସହଭାଗିତାରେ ପିଲାମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଦିଶାନ୍ତିକା ୨୦୨୩’ କର୍ମଶାଳାର ଆୟୋଜନ କରିଥିଲେ । ଆଜିର ସମାଜରେ ପିଲାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ବର୍ଗରେ ପକ୍ଷପାତିତା, ଭେଦଭାବ ଏବଂ ଅସମାନତାକୁ ଦୂର କରିବା ଏହି କର୍ମଶାଳାର ମୂଳ ଲକ୍ଷ୍ୟ ରହିଥିଲା । ଏହି କର୍ମଶାଳା ଭୁବନେଶ୍ୱର ଏବଂ ବାରିପଦାରେ ଅନୁଷ୍ଠିତ ହୋଇଥିଲା ।
ଫ୍ଲୋ ଭୁବନେଶ୍ୱର ଚେୟାରମ୍ୟାନ ପୁନମ ମହାପାତ୍ର କହିଛନ୍ତି , ‘୨୦୨୩ ମସିହାରୁ ଆରମ୍ଭ ହୋଇଥିବା ଦିଶାନ୍ତିକା, ବିଭିନ୍ନ ସାମାଜିକ- ଅର୍ଥନୈତିକ ବର୍ଗର ପିଲାମାନଙ୍କୁ ଏକାଠି କରୀ ସେମାନଙ୍କ ମଧ୍ୟରେ ଦୟା , ନିସ୍ୱାର୍ଥପର ସେବା ଏବଂ ଅଂଶୀଦାରର ଆନନ୍ଦ ବଢାଇ ଦେଇଛି । ଆମର ବିଶ୍ୱାସ ଯେ ସୋ ଆମା ଆଇ ଫାଉଣ୍ଡେସନ୍ ସହିତ ସହଭାଗିତା ଏହି କର୍ମଶାଳାକୁ ଏକ ନୂତନ ଦିଗ ଏବଂ ଅଧିକ ପିଲାଙ୍କୁ ସାହାର୍ଯ୍ୟ କରିବ ।’
ସୋ ଆମ ଆଇ ଫାଉଣ୍ଡେସନ ର ପ୍ରତିଷ୍ଠାତା ପିନାକି ମହାନ୍ତି କରିଛନ୍ତି,’ ପିଲାମାନେ ବଢୁଥିବା ସମୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ରୋଜଗାରକୁ ଆଧାର କରି ପକ୍ଷପାତିତା କରିବା ଉଚିତ ନୁହେଁ, କାରଣ ସେମାନଙ୍କ ଭପିଷ୍ୟତ କଣ ହେବା ତାହା ଆମେ ଜାଣିନାହୁଁ । ସମସ୍ତ ପିଲାମାନଙ୍କର ଉନ୍ନତି ପାଇଁ ସମାନ ସୁଯୋଗ ଦେଉଥିବା ଏକ ଅନ୍ତର୍ଭୂକ୍ତ ସମାଜ ଗଠନ କରିବାକୁ ଦିଶାନ୍ତିକା ଲକ୍ଷ୍ୟ ରଖିଛି ।
ଭୁବନେଶ୍ୱରରେ କର୍ମଶାଳା ଉତ୍କଳ ଗ୍ୟାଲେରିଆରେ ଅନୁଷ୍ଠିତ ହୋଇଥିଲା ଓ ଫ୍ଲୋ, ୱାଇଆଇ ଓ ଆର୍ଟ ଅଫ ଲିଭିଙ୍ଗ ଭଳି ବିଭିନ୍ନ ଗ୍ରୁପ ଏଥିରେ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ୮୦ପିଲା ଯୋଗଦେଇଥିଲେ, ଯେଉଁଥିରେ ୬୫ଅବହେଳିତ ଏବଂ ୧୫ବିଶେଷ ସୁବିଧା ପାଉଥିବା ପିଲା ରହିଥିଲେ । ଏହି କାର୍ଯ୍ୟକ୍ରମରେ ଓଲିଉଡ ଅଭିନେତା ଆକାଶ ଦାସ ନାୟକ ଯୋଗ ଦେଇଥିଲେ ।
ବାରିପଦା ଠାରେ ଏହି କର୍ମଶାଳା ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା । ଯାହା ବିଭିନ୍ନ ସାମାଜିକ- ଅର୍ଥନୈତିକ ବର୍ଗର ୫୦ ପିଲାଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ଦେଇଥିଲେ । ଏହି କର୍ମଶାଳାକୁ ମୟୂରଭଞ୍ଜର ମହାରାଣୀ, ମହାରାଣୀ ରାଜଲକ୍ଷ୍ମୀଦେବୀ ଓ ଫ୍ଲୋ ର ସଦସ୍ୟ ଶ୍ୟାମା ଝା କର୍ମଶାଳାରେ ଉପସ୍ଥିତ ଥିଲେ ଏବଂ ପିଲାମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବାକୁ ଉତ୍ସାହିତ କରି ପିଲାମାନଙ୍କ ମଧ୍ୟରେ ମୂଲ୍ୟବାନ ପୁସ୍ତକ ବଣ୍ଟନ କରିଥିଲେ ।
କର୍ମଶାଳାରେ , ମନୋଲୋଭା କାହାଣୀ କହିବା, ଶିଶୁ ସୁରକ୍ଷା ଉପରେ ସୂଚନାଯୋଗ୍ୟ କର୍ମଶାଳା, ନୃତ୍ୟ ଅଧିବେଶନ ଭଳି ଅନେକ କୌତୂହଜନକ କାର୍ଯ୍ୟକଳାପ କରାଯାଇଥିଲା । ପିଲାମାନଙ୍କୁ ଶୁଭେଚ୍ଛା ଦେଇ ଫ୍ଲୋ ପିଲାମାନଙ୍କୁ ଉପହାର ବଣ୍ଟନ କରିଥିଲା ।
ଫିକି ଫ୍ଲୋ ଏକ ଜାତୀୟ ସଂଗଠନ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ଏବଂ ସାମାଜିକ ବିକାଶରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହନ କରିବା ।ବିଭିନ୍ନ ଉଦ୍ୟୋଗରେ ମହିଳା ଉଦ୍ୟୋଗୀ,ବୃତ୍ତିଗତ ଏବଂ ନେତୃତ୍ୱ ପାଇଁ ଫ୍ଲୋ ଏକ ସହାୟକ ପରିବେଶ ସୃଷ୍ଟି ଦିଗରେ କାର୍ଯ୍ୟ କରେ ।