ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ବହାନଗାରେ ପହଞ୍ଚିଲେ ମୋଦୀ

ଭୁବନେଶ୍ୱର: କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।ବହାନଗାରେ ଥିବା ହେଲିପ୍ୟାଡରେ ପ୍ରଧାନମନ୍ତ୍ରୀ ପହଞ୍ଚି ଘଟଣା ସ୍ଥଳକୁ ଯାଇଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଆସିଛନ୍ତି । ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବାର ଯେଉଁ କାର୍ୟ୍ୟକ୍ରମ ଥିଲା ସେଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ମୋଦୀ ଆଉ କଟକ ନଯାଇ ବାଲେଶ୍ବର ବାହାନଗା ଦୁର୍ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବାପରେ ବାଲେଶ୍ବର ମେଡିକାଲ ଯାଇ ଆହତମାନଙ୍କୁ ଭଟିଲେ। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି।

ଦୁର୍ଘଟଣାରେ ଏପର୍ୟ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି ବୋଲି କୁହାଯାଉଛି। ତେବେ ସରକାରୀ ସୂଚନା ଅନୁସାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିସହ ୯ଶହରୁ ଅଧିକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱର, ଭଦରକ, ସୋରୋ, ଗୋପାଲପୁର ଏବଂ ଖନ୍ତାପଡାର ବିଭିନ୍ନ ହସପିଟାଲରେ ଆହତ ଯାତ୍ରୀଙ୍କ ଚିକିତ୍ସା ଚାଲିଛି ।