ମଟରସାଇକେଲ ଧକ୍କାରେ ବୃଦ୍ଧ ଗୁରୁତର

କନ୍ଧମାଳ:କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଫାଲିସି ପଦା ଛକ ରେ ଏକ ମଟର ସାଇକେଲ ଧକ୍କା ରେ ବୃଦ୍ଧ ଗୁରୁତର କ୍ଷ ସୂଚନା ମୁତାବକ ବପଲମେଣ୍ଡି ଗ୍ରାମର ବୃଦ୍ଧ ଶ୍ୟାମ ପ୍ରଧାନ ବୟସ ୬୫ ନିଜର ଘର କାମରେ ଏକ ସାଇକେଲ ଯୋଗେ ବଜାର କୁ ଯାଉଥିଲେ କ୍ଷ ଉକ୍ତ ବୃଦ୍ଧ ଫାଲିସି ପଦା ଛକ କୁ ପହଞ୍ଚିବା ବେଳକୁ ଏକ ମଟର ସାଇକେଲ ହଠାତ୍ ଦୁଇ ଆରୋହୀ ବୃଦ୍ଧ କୁ ଧକ୍କା କରି ଦେଇଥିଲେ । ମଟର ସାଇକେଲ ଏତେ ଦ୍ରୁତ ଗତିରେ ଯାଉଥିଲା ଯେ ବୃଦ୍ଧ ମଟର ସାଇକେଲ ଧକ୍କା ରେ ପଡିଯାଇ ରକ୍ତ ଜୁଡୁବୁଡୁ ହୋଇ ମୁର୍ଚ୍ଛିତ ଅବସ୍ଥା ରେ ପଡି ରହିଥିଲେ ।

ଏହା ଦେଖି ସେହି ରାସ୍ତା ଦେଇ ଅଟୋ ଭଡା ରେ ଯାଉଥିବା ସାମାଜିକ କର୍ମୀ କ୍ରିଷ୍ଣା ଚନ୍ଦ୍ର ଡିଗାଲ ଫୋନ ଯୋଗେ ଟିକାବାଲି ଥାନା ଅଧିକାରିଣୀ କଲ୍ୟାଣୀ ମୟୀ ଙ୍କୁ ଘଟଣା ବିଷୟରେ ଅବଗତ କରାଇଥିଲେ ଏବଂ ନୀଳ ମାଧବ ପାତ୍ର ଙ୍କୁ ବୃଦ୍ଧଙ୍କ ଜୀବନ ବଞ୍ଚାଇବାକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସେଇ ଅନୁସାରେ ଅଗ୍ନିଶ୍ରମ ବିଭାଗ ଏବଂ ପୋଲିସ ଷ୍ଟାପ ପହଞ୍ଚି ବୃଦ୍ଧ ଙ୍କୁ ଟିକାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ  ବର୍ତମାନ ବୃଦ୍ଧ ଜୀବନ ମରଣ ମଧ୍ୟରେ ଟିକାବାଲି ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି ।

ଅତ୍ୟନ୍ତ ଦୁଃଖ ର ବିଷୟ ଏହି ଯେ ତାଙ୍କର ଗୋଟିଏ ନବମ ଶ୍ରେଣୀ ପାଠ ପଢୁଆ ପିଲା ଏବଂ ସ୍ତ୍ରୀ ଅଛନ୍ତି । ସେ ପୂର୍ବରୁ ବପଲମେଣ୍ଡି ଏକ ନମ୍ବର ୱାର୍ଡ ର ଦୁଇ ଦୁଇ ଥର ୱାର୍ଡ ମେମ୍ବର ଥିଲେ । ନିଜର ନିସ୍ଵାର୍ଥ ପର ସେବା ଯୋଗାଇବା ପାଇଁ ସେ ଉକ୍ତ ଅଞ୍ଚଳରେ ପ୍ରଶଂସିତ ଅଟନ୍ତି । ବର୍ତ୍ତମାନ ତାଙ୍କର ଜୀବନ କୁ ଡାକ୍ତର ବାବୁଙ୍କ ଉପରେ ନ୍ୟସ୍ତ କରାଯାଇଥିଲେ ସୁଦ୍ଧା ଡାକ୍ତର ବାବୁ ଜୀବନ ଫେରାଇ ପାରିନାହାନ୍ତି କ୍ଷ ଟିକାବାଲି ଥାନା ପକ୍ଷରୁ ୬୯/୨୩/ମାମଲା ରୁଜୁ କରି ତଦନ୍ତ ଚଲେଥିବା ଜଣା ପଡିଛି କ୍ଷ ଏହି ପରିପ୍ରେକ୍ଷୀରେ କନ୍ଧମାଳ ପ୍ରଗତି ମିଳିତ ମହାସଂଘ ପକ୍ଷରୁ ଉକ୍ତ ସ୍ଥାନରେ ତୁରନ୍ତ ଏକ ଚେକ ପୋଷ୍ଟ ର ବ୍ୟବସ୍ତା କରାଯିବାକୁ ଦାବି କରିଥିବା ଜଣାପଡିଛି।