ଭୁବନେଶ୍ୱର : ସହିଦଙ୍କୁ ଶ୍ରଦ୍ଧାଞ୍ଜଳି | ଗୁରୁବାର ଜାମ୍ମୁ କାଶ୍ମୀରର ପୁଞ୍ଚରେ ଜବାନଙ୍କ ଗାଡି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ପାଞ୍ଚ ଯବାନ | ପୁରା ଦେଶରେ ଖେଳିଯାଇଛି ଶୋକର ଛାୟା | ଏହି ଦୁଃଖଦ ଅବସରରେ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ ତରଫରୁ ସହିଦଙ୍କ ଦିଆଯାଇଛି ଶ୍ରଦ୍ଧାଞ୍ଜଳି |
ସହସହ ଛାତ୍ର ଛାତ୍ରୀ ଏକାଠି ହୋଇ ଉତ୍କଳ ବିଶ୍ଵବିଦ୍ୟାଳୟ ଗାନ୍ଧୀ ପାର୍କ ନିକଟରୁ କ୍ୟାଣ୍ଡେଲ ପଦଯାତ୍ରାରେ ବାହାରି ମୁଖ୍ୟ ଫାଟକ ବୀର ଜୱନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ | ଏଥିରେ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଦେବେସ କୁମାର ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନାୟକ, ଅସିତ୍ ଦାସ ଛାତ୍ର ନେତା ଅମିତ୍ ଜେନା, ପ୍ରକାଶ ଦାସ, ସମୀର ମଲ୍ଲିକ, ଅର୍ପିତା ସିଂହ, ଓମ୍ ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ |