ପାରାଦ୍ୱୀପ /ପ୍ରଶାନ୍ତ କୁମାର ସ୍ଵାଇଁ : ବନ୍ଦର ନଗରୀ ପାରାଦ୍ୱୀପକୁ ନିଶାମୁକ୍ତ କରିବାକୁ ସଂକଳ୍ପ ନେଲେ ଶହ ଶହ ସଂଖ୍ୟାରେ ଯୁବଗୋଷ୍ଠୀ । ଅଭିନଵ ଉପାୟରେ ପାରାଦ୍ୱୀପ ପରିକ୍ରମା କରି ଜନସାଧାରଣଙ୍କୁ କଲେ ସଚେତନ । ପାରାଦ୍ୱୀପ ବଡ଼ପଡ଼ିଆ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ପାଖରୁ ଅନେକ ଯୁବକ ବାହାରି ସଚେତନତା କରାଉଛନ୍ତି । ଯମରାଜଙ୍କ ବେଶରେ ସଜ୍ଜିତ ହେବା ସହିତ କିପରି ଯୁବପିଢ଼ି ନିଶା ସେବନ କରୁଛନ୍ତି ସେମାନଙ୍କୁ ପୋଲିସ ହାତକଡି ପକାଇ ଗିରଫ କରୁଛି ଜଣେ ଯୁବକ ନିଶାଗ୍ରସ୍ଥ ହୋଇ ପକ୍ଷାଘାତ ରେ ପୀଡିତ ହୋଇ ମୃତ୍ୟୁ ବରଣ କରିବା ପରେ ବୁଢ଼ା ବାପା ଟି କିପରି ପୁଅର ଶବ କୁ କାନ୍ଧ ରେ ବୋହି ସ୍ମଶାନ କୁ ନେଉଛି ଏହିଭଳି ଏକ ନିଆରା ଶୋଭାଯାତ୍ରାରେ ପାରାଦ୍ୱୀପ ପରିକ୍ରମା କରିବା ସହିତ ନିଶାମୁକ୍ତ ପାରାଦୀପ ଆହ୍ୱାନ ଦେଇଛନ୍ତି ଯୁବକ ଗୋଷ୍ଠି । ପାରାଦ୍ୱୀପ ଅଞ୍ଚଳର ଜଣାଶୁଣା ଶ୍ରମିକ ନେତା ବାପି ସର୍ଖେଲଙ୍କ ନିଶାମୁକ୍ତ ପାରାଦ୍ୱୀପ ଗଠନ ର ଆହ୍ୱାନ କୁ ନେଇ ଓଡିଶା ୟୁଥ ଫେଡେରେସନ ର ସଭାପତି ମିଟୁ ସ୍ୱାଇଁଙ୍କ ନେତୃତ୍ୱରେ ଶତାଧିକ ଯୁବକ ହାତରେ ପ୍ଲାକର୍ଡ ଧରି ଅଭିନବ ଉପାୟରେ ପାରାଦ୍ୱୀପ ପରିକ୍ରମା କରିବା ସହିତ ସମୁଦ୍ର କୂଳରେ ଶବଦାହ ପିତୁଳିକା ଜଳାଇ ନିଶାମୁକ୍ତ ପାରାଦ୍ୱୀପ ଗଠନର ଦୃଢ ଶପଥ ନେଇଛନ୍ତି । ବନ୍ଦର ନଗରୀ ରେ ବଢୁଥିବା ମଦ ଦୋକାନ ସଂଖ୍ୟାକୁ ନେଇ ଚିନ୍ତା ପ୍ରକଟ କରିବା ସହିତ ଶିଳ୍ପନଗରୀ ପାରାଦୀପ ଅଞ୍ଚଳ ରେ ବେକାର ସମସ୍ୟା ଧୀରେ ଧୀରେ ଯୁବପିଢ଼ି କୁ ନିଶା ପ୍ରତି ଆକର୍ଷିତ ହେଉଥିବା ଅଭିଯୋଗ ଆଣିଛନ୍ତି ଓଡିଶା ୟୁଥ ଫେଡେରେସନ ର ସଭାପତି ମିଟୁ ସ୍ୱାଇଁ ।