ରାୟଗଡା ଓ ଗୁଣୁପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ

ରାୟଗଡା/ ରବିନ୍ଦ୍ର କୁମାର ସାହୁ: ରାୟଗଡା ଜିଲ୍ଲାର ରାୟଗଡା ଓ ଗୁଣୁପୁର ଓକିଲ ସଂଘର ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଆୟୋଜିତ ହୋଇଯାଇଛି । ଏହି ନିର୍ବାଚନରେ ସଭାପତି ଦେବପ୍ରସାଦ ପଟ୍ଟନାୟକ ନିର୍ବାଚିତ ହୋଇଥିବାବେଳେ ଉପସଭାପତି ଭାବେ ପଦ୍ମନାଭ ଦାସ, ସମ୍ପାଦକ ଭାବେ ମେଘ।ନନ୍ଦ ନାୟକ, ଯୁଗ୍ମ ସମ୍ପାଦକ ଭାବେ ରାମକ୍ରିଷ୍ଣ ନିର୍ବାଚିତ ହୋଇଛିନ୍ତି । କୋଷଦକ୍ଷ ଭାବେ ଦମୟନ୍ତୀ ମହାନନ୍ଦିଆ ନିର୍ବାଚିତ ହୋଇଛନ୍ତି। ସେହିପରି ଗୁଣୁପୁର ଓକିଲ ସଂଘର ସଭାପତି ଭାବେ ଉମା ପଟନାୟକ ସମ୍ପାଦକ ଭାବେ ବିଷ୍ଣୁ ପାଢ଼ୀ ଉପସଭାପତି ଭାବେ ଗଣେଶ ସାହୁ ଏବଂ ସହ ସମ୍ପାଦକ ଭାବେ ଆର.ଡି ମିଶ୍ର ନିର୍ବାଚିତ ହୋଇଛନ୍ତି।