ନଦୀରେ ବୁଡି ଅକାଳରେ ଚାଲିଗଲା ଜୀବନ

ବିଞ୍ଝାରପୁର/ଏସକେ ମହମ୍ମଦ ମୁଁତାଜ଼ : ନଦୀରେ ବୁଡି ଅକାଳରେ ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତରଗତ ମଧୁସୁଦନପୁର ଗ୍ରାମରେ । ଗ୍ରାମର ଜଣେ ଯୁବକ ଶତ୍ରୁଘନ ମଳିକ ଗାଧୋଇପାକୁ ନଦୀକୁ ଯାଇଥିଲେ । ଗାଧୋଇବା ସମୟରେ ଗୋଡ ଖସିଯିବାରୁୂ ଏକ ଖାତରେ ପଡି ଯାଇଥିଲେ ଯେଉଁ ଠାରୁ କି ସେ ବାହାରି ପାରିନଥିଲେ । ବହୁ ସମୟ ହେବାରୁ ଘର ଲୋକେ ଖୋଜାଖେଜି କରିବାରୁ ପାଇନଥିଲେ । କିନ୍ତୁ ନଦୀ କୂଳରେ ଗମୁଛା ଓ ଚପଲ ଥିବାରୁ ନଦୀରେ ଖୋଜାଖୋଜି କରିବାରୁ ଜଣେ ବ୍ୟକ୍ତିଙ୍କ ଗୋଡରେ ବାଜିଥିଲା । ତାଙ୍କୁ ସାଙ୍ଗେ ସଙ୍ଗେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ସେ ଘରର ବଡ ପୁଅ ହୋଇଥିବାରୁ ଘେରେ ଶୋକର ଛାୟା ଖେଳିଯାଇଛି ।