ଆଶା,ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଗଜପତି/ ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିଜୁ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତ୍ତିରୁପତି ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଡିପିଏମଓ ସୌମ୍ୟା ରାଣୀ ଗୌଡ଼, ଡାକ୍ତର ଆନନ୍ଦ ସାମନ୍ତରାୟ, ଏଡିପିଏସଓ ଏବଂ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ରମେଶ ଚନ୍ଦ୍ର ମିଶ୍ର ଯୋଗଦେଇଥଲେ। ଏହି ଅବସରରେ ଉଲ୍ଲେଖନୀୟ ସଫଳତା ହାସଳ କରିଥିବା ଜିଲ୍ଲାର ୭ ଗୋଟି ବ୍ଲକକୁ ଓ ପାରଳା ପୌର ପରିଷଦର ସ୍ବାସ୍ଥ୍ୟ କେନ୍ଦ୍ରକୁ ବେଷ୍ଟ୍ ପୁରସ୍କୃତ କରାଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ୩ ଜଣ ଆଶାଙ୍କୁ ପୁରସ୍କୃତ କରାଯାଇଛି। ବେଷ୍ଟ ଗାଁ କଲ୍ୟାଣ ସମିତିର ୭ ଜଣଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ମହିଳା ଆରୋଗ୍ୟ ସମିତି ୧୪ ଜଣ କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମକର୍ତ୍ତା, ସ୍ଵାସ୍ଥ୍ୟ କର୍ମୀ, ଆଶା, ଅଙ୍ଗନବାଡି କର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତାଙ୍କ ସମେତ ୩୦୦ ରୁ ଉର୍ଦ୍ଧ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମରେ ଜିଲ୍ଲା ସହକାରୀ ଆଶା ପ୍ରବନ୍ଧକ ନାରାୟଣ ମଲ୍ଲିକ ଓ ଡାକ୍ତର ନେତ୍ରା ନନ୍ଦ ଶତପଥୀ ସମସ୍ତ କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ।