ମାଲକାନଗିରି : ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ନାମକେଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୧୫ରୁ ୧୭ ଜଣ ମହିଳା ଓ ପୁରୁଷ ଗୁରୁତର ଆହାତ ହୋଇଛନ୍ତି । ଏରାଗଣ୍ଡା ଓ ପତାକାଲି ଗ୍ରାମର ପ୍ରାୟ ୧୫ ରୁ ୧୭ ଜଣ ମହିଳା, ପୁରୁଷ ଓ ଛୋଟ ପିଲା ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଏକ ଅଟୋ ରେ ସେଠାକୁ ଯାଉଥିଲେ । କିନ୍ତୁ ନାମକେଣ୍ଡାରେ ଏକ ଅଣ ଓସାରିଆ ରାସ୍ତା ଦେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅଟୋ ଟି ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ଚାଳକ ସହ ସମସ୍ତେ ଗୁରୁତର ଆହାତ ହୋଇଛନ୍ତି । ପ୍ରାୟ ଅନେକଙ୍କ ହାତ ଭାଙ୍ଗି ଯାଇଥିବାବେଳେ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି । ଏହା ସହ ଅଟୋରେ ଥିବା ଏକ ଦୁଇ ବର୍ଷର ଶିଶୁକୁ ମଧ୍ୟ ଗଭୀର ଆଘାତ ଲାଗିଛି । ତେବେ ତୁରନ୍ତ ଆହାତମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଏତେ ସମଖ୍ୟକ ଲୋକ ଗୋଟିଏ ଅଟୋରେ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।