ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ

କଟକ : ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ବର ପଂଚାୟତରେ କାର୍ୟ୍ୟାଳୟ ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପଂଚାୟତ ସରପଞ୍ଚ ଗୈାତମୀ ଦାସ, ୨୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଜସ୍ମିତା ସେଠୀ, ସ୍ଥାନୀୟ ଓ୍ୟାର୍ଡ ସଭ୍ୟ, ସମାଜସେବୀ ଅନନ୍ତ ଦାସ ଓ ଅସୁରେଶ୍ବର ପଂଚାୟତର ଅନେକ ଯୁବକ, ଯୁବତୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିସହ ଏଠାରେ ଥିବା କର୍ମବୀର ଗୌରୀଶଙ୍କର ରାୟଙ୍କ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପଂଚାୟତ କାର୍ୟ୍ୟାଳୟ ମଧ୍ୟରେ ଏକ ସଭା କରାଯାଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅନେକ ଲୋକହିତକର କାର୍ୟ୍ୟ ଉପରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ ।