କୋରାପୁଟ : ସୁନାବେଡା ୨୪ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ମୋଲଟି ଫକ୍ସନ ହାଳ ଠାରେ ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ଜୋନାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ଉପରେ ଆଉ ବିଶ୍ୱାସ ନାହିଁ ବୋଲି ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା କହିଛନ୍ତି । ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଙ୍ଗଠନିକ ସଂପାଦିକା ଝୁନୀ ମହାନ୍ତି, ଜୋନାଲ କମିଟି ସଭାପତି ନିରଞ୍ଜନ ପାତ୍ରଙ୍କ ସହ ସଂଯୋଜକ ପୁରେନ୍ଦ୍ର ବାରିକ, କୋରାପୁଟ ଜିଲ୍ଲାର ସୁନାବେଡା ପୌରପରିଷଦ, ସେମିଳିଗୁଡା ବ୍ଲକ ପଟ୍ଟାଙ୍ଗି ବ୍ଲକ, ନନ୍ଦପୁର ବ୍ଲକର ଆଙ୍ଗନବାଡ଼ି କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ଆଉ ବିଶ୍ୱାସ ନାହିଁ ବୋଲି ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ବଜେଟରେ ଅଙ୍ଗନୱାଡି କର୍ମୀଙ୍କୁ ଟଙ୍କାଟିଏ ମିଳି ନାହିଁ ବୋଲି ରାଜ୍ୟ ସଭାନେତ୍ରୀ ନନ୍ଦିନୀ ପଣ୍ଡା ଅଭିଯୋଗ କରିଛନ୍ତି । ସମନ୍ୱିତ ଶିଶୁ ବିକାଶ ଯୋଜନା କେନ୍ଦ୍ର ସରକାରଙ୍କ ହୋଇଥିବା ବେଳେ ଏଥିପ୍ରତି କେନ୍ଦ୍ର ସରକାର ସଂପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଥିବା ସେ ଆହୁରି ଅଭିଯୋଗ କରିଛନ୍ତି । ବଜାରରେ ଯେଉଁ ବୋଲି ଭାବରେ ଦରଦାମ ବୃଦ୍ଧି ପାଉଛି କିପରି ୭୫୦୦ ଟଙ୍କା ଦରମାରେ ଅଙ୍ଗନୱାଡି କର୍ମୀ ମାନେ କିପରି ପରିବାର ପ୍ରତିପୋଷଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଇତି ମଧ୍ୟରେ ବଜେଟ ଆଗତ କଲେ ଉକ୍ତ ବଜେଟରେ ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଥିବା ଆମ୍ଭେମାନେ ଜାଣିପାରିଲୁ ନାହିଁ ବୋଲି ସେ କହିଛନ୍ତି । ତେଣୁ ଅଙ୍ଗନୱାଡି କର୍ମୀଙ୍କ କେନ୍ଦ୍ର ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା ନାହିଁ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଅଙ୍ଗନୱାଡି କର୍ମୀଙ୍କ ରହିଥିବା ଦାବି ପୂରଣ ନ ହେଲେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ଓ ଦରକାର ପଡିଲେ କାର୍ୟ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସେ କହିଛନ୍ତି ।