ଭୁବନେଶ୍ୱର : କ୍ରୁଟକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ |ଓଡ଼ିଶାର ଅଗ୍ରଣୀ ପରିବହନ କର୍ତ୍ତୃପକ୍ଷ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ)କୁ ଆଉ ଏକ ଆନ୍ତର୍ଜାତିକ ପୁରସ୍କାର ମିଳିଛି | ସମଗ୍ର ବିଶ୍ୱରେ ସ୍ଥାୟୀ ପରିବହନ ପୁରସ୍କାର ର ବିଜେତା ପ୍ୟାରିସ ହୋଇଥିବା ବେଳେ ଭାରତର ଭୁବନେଶ୍ୱର ଏବଂ ମେକ୍ସିକୋରେ ଷ୍ଟେଟ ଅଫ ଜାଲିସ୍କୋକୁ ଏହି ପୁରସ୍କାର ମିଳିଛି | ଭୁବନେଶ୍ୱର ନାମ ପୁରସ୍କାରରେ ସମ୍ମାନ ଜଣକ ଭାବରେ ଉଲ୍ଲେଖ କରାଯିବାର ଶ୍ରେୟ କ୍ରୁଟ କୁ ଯାଇଥିବା ବେଳେ ମୋବସ ଏବଂ ମୋ ଇ-ରାଇଡ ସେବା ଏହାର ମୁଖ୍ୟ ମାଧ୍ୟମ ହୋଇଛି | ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ,ପ୍ରତ୍ୟକ୍ଷ ଆଡ଼ଭୋକେସି ଏବଂ ଜଳବାୟୁ ପରିବର୍ତନର ପ୍ରଭାବକୁ ହ୍ରସକରିବା , ବାୟୁ ଗୁଣବାଟରେ ଉନ୍ନତି ଆଣିବା ଏବଂ ସମୃଦ୍ଧ ସ୍ଥାୟୀ ଏବଂ ସମାନ ସହରକୁ ସମର୍ଥନ କରିବା ପାଇଁ ନିୟୁର୍କସ୍ଥିତ ଆଇଟିଡ଼ିପି ହେଉଛି ଏକ ସର୍ବ ଭାରତୀୟ ସଂଗଠନ , ଯାହା ୪୦ରୁ ଅଧିକ ଦେଶର ୧୦୦ରୁ ଅଧିକ ସହର ସହିତ ପରିବହନ ଏବଂ ସହରାଂଚଳ ବିକାଶ ପ୍ରଣାଳୀ ଏବଂ ନୀତି ସମାଧାନର ପରିକଳ୍ପନା ତଥା କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ କରିଛି |ସେପଟେ ମୁଖ୍ୟମନ୍ତ୍ରୀ ମଧ୍ୟ କରୁଟ କୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ପରିବହନ ସିଷ୍ଟମ ଏଭଳି ଭାବରେ ଆଗକୁ ଯାଉବୋଲି କହିଛନ୍ତି |