ଶ୍ରୀ ବଂଶୀଧର ପ୍ରତିହାରୀ ପାଇଲେ ଧର୍ମପଦ ପୁରସ୍କାର ଓ ୫ଜଣ ଶିଳ୍ପୀ ହେଲେ ସମ୍ବର୍ଦ୍ଧିତ

0

ଭୁବନେଶ୍ୱର : ଓଡିଶା ଲଳିତ କଳା ଏକାଡେମୀ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶାଙ୍କ ଦ୍ୱାରା ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରରେ ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଧନା ଏବଂ ତତ ସହିତ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପୁରସ୍କାର ଆଜି ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ଲକ୍ଷ ତାଙ୍କର ପୁରସ୍କାର ରାଶି ଏବଂ ସମ୍ବର୍ଦ୍ଧିତ ଶିଳ୍ପୀ ମାନଙ୍କୁ ୧ଲକ୍ଷ ତାଙ୍କ ଲେଖାଏଁ ପୁରସ୍କାର ରାଶି ସହ ତାମ୍ର ଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି | ସେପଟେ ୯୪ ବର୍ଷୀୟ ଚିତ୍ରଶିଳ୍ପୀ ବାଵଷିଧର ପ୍ରତିହାରୀ ୨୦୨୨ ମସିହା ପାଇଁ ଧର୍ମପଦ ପୁରସ୍କାର ପାଇଛନ୍ତି | ଶ୍ରୀ ପ୍ରତିହାରୀଙ୍କ ଜନ୍ମ ୧୯୨୮ ମସିହା କେନ୍ଦ୍ରାପଡା ଜିଲ୍ଲାରେ | ଦୀର୍ଘ ୩୦ ବର୍ଷ ଧରି ସେ ବିହାରର ପାଟଣାଠାରେ ଡିଜାଇନର ଭାବେ ସଫଳତାର ସହ କାର୍ଯ୍ୟ କରି ୧୯୭୨ ମସିହାରେ ଅନେକ ପୁରସ୍କାର ଓ ସଂମାନ ସମ୍ମାନିତ ହୋଇଛନ୍ତି | ସେହିପରି ବିଶିଷ୍ଟ ଭାସ୍କର୍ଯ୍ୟ ଓ ଚିତ୍ରଶିଳ୍ପୀ ଜଗବନ୍ଧୁ ମିଶ୍ର , ବିଶିଷ୍ଟ ତାଳପତ୍ର ଚିତ୍ରଶିଳ୍ପୀ ଲାଖିଧାରା ସୁବୁଧି ,ବିଶିଷ୍ଟ ପାରମ୍ପରିକ ପଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ବିଶିଷ୍ଟ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧନା କରାଯାଇଛି | ଉକ୍ତ ଉତ୍ସବରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଧନ୍ୟବାଦ ଦେବା ସହ ମଞ୍ଚ ପରିଚାଳନା କରିଥିଲେ |