ଆସିଲାଣି ମକର ଗୁଡି କିଣିବାକୁ ପିଲାଙ୍କ ଭିଡ

ଓଡିଶା : ଆଗକୁ ଆସୁଛି ମକର । ମକରରେ ପାଇଁ ପ୍ରସ୍ୁତ ଗୁଡି ଦୋକାନୀ । ଦୋକାନରେ ବିଭିନ୍ନ ଷ୍ଟାଇଲର ଗୁଡ କିଣିବାକୁ ପିଲାଠୁ ବଡ ଯାଏଁ ଭିଡ ଦେଖିବାକୁ ମିଳିଲାଣି । ନାଲି, ନେଳୀ, ସବୁଜ, ଧଳା ଆଦି ରଙ୍ଗର ଗୁଡି କିଣିବାକୁ ଦୋକାନକୁ ଧାଇଁ ଯାଉଛନ୍ତି ପିଲା । କାଗଜ ଓ ଜରି ତିଆରି ଗୁଡି ସବୁ ପିଲାଙ୍କ ପ୍ରଥମ ପସନ୍ଦ ରହୁଛି । ଗୁଡି, ସୁତା, ନଟେଇ କିଣିବାକୁ ପିଲାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଗାଁ ଠୁ ଆରମ୍ଭ କରି ସହର ଯାଏଁ ଗୁଡି ଦେକାନରେ ଖଚାଖଚ ଭିଡ । ଆଜି ବି ସେଇ ଭିଡ ଭିତରେ ହଜିନି ବର୍ଷ ବର୍ଷର ପରମ୍ପରା । ରାଜ୍ୟ ସରକାର ବିଭିନ୍ନ କେମିକାଲ ଜନିତ ସୁତାକୁ ବାରଣ କରିଛନ୍ତି । ଯାହା ପରିବେଶକୁ ପ୍ରଦୂଷଣ କରିବାରେ ରୋକିବା ସହ ପକ୍ଷୀ ମାନଙ୍କୁ ସୁରକ୍ଷା ଦେଇପାରିବ । ଏହି ମକର ପର୍ବକୁ ସାରା ଓଡିଶା ବାସି ଖୁବ ଧୁମଧାମରେ ପାଳନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ଏହି ମକର ପର୍ବକୁ ପାଳନ କରାଯାଏ । ବିଶେଷ କରି ପଂଜାବରେ ଏହାକୁ ଲୋଡି ପର୍ବ, ଦକ୍ଷିଣ ଭାରତରେ ଏହାକୁ ପୋଙ୍ଗଲ ଓ ଗୁଜୁରାଟୀ ଓ ରାଜସ୍ଥାନୀ ସଂପ୍ରଦାୟରେ ଏହି ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ ।
ତେବେ ଓଡିଶାର ଘରେ ଘରେ ଏହି ଦିନ ମକର ଚାଉଳ ପ୍ରସ୍ତୁତ କରି ଇଷ୍ଟଙ୍କ ପାଖରେ ଭୋଗ କରି ଖାଇଥାନ୍ତି । ପ୍ରତିବର୍ଷ ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତିରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ବିଶେଷ ନୀତିକାନ୍ତି ମଧ୍ୟ ହୋଇଥାଏ । ଏହି ଦିନ ଭାଗବାନ ରାକ୍ଷସ ଶଙ୍କରାସୁରକୁ ବଧ୍ୟ କରି ତା କବଳରୁ ଜଗତକୁ ଉଦ୍ଧାର କରିଥିବାରୁ ଏହି ଦିନକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଏହି ପର୍ବରେ ମିଠା ଓ ଗୀତ ଗାଇ ପର୍ବ ପାଳନ କରାଯାଏ ।