ବ୍ଲକ ଓ ଏନଏସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

କୋରାପୁଟ : କୋରାପୁଟ ଜିଲ୍ଲାର କୋଟପାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ଓ ଏନ୍ ଏ ସି ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପଦ୍ମିନୀ ଦିଆ ନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୋଟପାଡ଼ ଏନ୍ ଏ ସି ଓ ବ୍ଲକ ସ୍ତରୀୟ ର ମୋଟ ୮୬ଟି ପ୍ରକଳ୍ପ ରେ ଅଂଶଗ୍ରହଣ କରିଥିଲେ । ଏବଂ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ହୋଇଥିବା ବିଜ୍ଞାନ ମେଳାରେ ସମସ୍ତଙ୍କୁ ଭୂୟୀୟସି ପ୍ରଶଂସା କରି ଥିଲେ । ଏହି କାର‌୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏନ୍ ଏ ସି ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ବକ୍ସି,ବ୍ଲକ ପ୍ରତିନିଧି ସୁଧୀର ଚନ୍ଦ୍ର ମହାନ୍ତି,ବ୍ଲକ ଅଧ୍ୟକ୍ଷା କମଳା ପୂଜାରୀ,ଉପଢକ୍ଷ ତପନ ପାଣିଗ୍ରାହୀ,ଟାଉନ ସଭାପତି ଆରିଫ ପଟେଲ,ବରିଷ୍ଠ ବିଜେଡି ନେତା ପଙ୍କଜ କୁମାର ପାତ୍ର,ସମାଜ ସେବୀ ଗଣେଶ ଚନ୍ଦ୍ର ପଣ୍ଡା,ସନ୍ତୋଷ ପଣ୍ଡା,ହର ପ୍ରସାଦ ନାୟକ,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କମିଟି ର ସଦସ୍ୟ ପ୍ରଦୀପ ନାୟକ,ଧନାର୍ଜୟ ନାୟକ,ବଇରୀ ରଞ୍ଜନ ମହରିକା ପ୍ରମୁଖ ଯୋଗ ଦେଇଥିଲେ ।