ଆସୁଛି ‘ଅବତାର-୨’: ନୀଳ ରଙ୍ଗର ମଣିଷଙ୍କ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର

ବ୍ୟୁରୋ: ନିକଟରେ ‘ଅବତାର-୨’ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହାର ଟ୍ରେଲକୁ ମିଳିଛି ଜବରଦସ୍ତ ରେସପଣ୍ଡ । ଟ୍ରେଲର ଦେଖିବା ପରେ ଏହାର ରିଲିଜ ଡେଟ୍କୁ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ । କାରଣ ଏହାର ପ୍ରଥମ ଭାଗ ବହୁ ମାତ୍ରାରେ ସଫଳ ହୋଇଥିଲା । ଏହି ଫିଲ୍ମରେ ନୀଳ ଲୋକଙ୍କ ବିଷୟରେ ରହିଛି । ତେବେ ଏହି ଫିଲ୍ମରେ ହଲିଉଡର ଆଗଧାଡିର ନିର୍ଦ୍ଦେଶକ ଜେମସ୍ କ୍ୟାମରୁନ୍ଙ୍କ ନିର୍ଦ୍ଦେଶନା ଦେଇଛନ୍ତି ।

ଆସନ୍ତା ମାସ ତଥା ଡିସେମ୍ବର ୧୬ ରିଲିଜ ହେବାକୁ ଯାଉଛି ‘ଅବତାର-୨’ । ତେବେ ଏହି ଫିଲ୍ମର କାହାଣୀ ଯେତିକି ଦର୍ଶକକଙ୍କୁ ଆକର୍ଷିତ କରିଥାଏ । ସେତିକି ଏହି ଫିଲ୍ମର ବଜେଟ୍ ମଧ୍ୟ ଦର୍ଶକଙ୍କୁ ସିନେମା ହଲକୁ ଟାଣି ଆଣିଥାଏ । ଖବରମୁତାବକ, ଏହି ଫିଲ୍ମର ବଜେଟ ରହିଛି ୧୯୦୦ କୋଟି । ଏହି ଫିଲ୍ମରେ ମୁଖ୍ୟ ଭୁମିକରେ ଜୋ ସଲଦାନା, ସାମ୍ ବର୍ଥିଂଟନ୍, ଷ୍ଟିଫନ ଲ୍ୟାଙ୍ଗ୍, ସିଗୋରନୀ ବିବର ପ୍ରମୁଖ ଅଭିନୟ କରିଛନ୍ତି ।

ଏହି ଫିଲ୍ମଟି ଭାରତର ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲି,ତେଲୁଗୁ ଏବଂ ମାଲାୟଲମ୍ ଭାଷାରେ ରିଲିଜି ହେବାକୁ ଯାଉଛି । ଫିଲ୍ମର ରିଲିଜ ଡେଟ୍ ପାଖେଇ ଆସୁଛି । ତେବେ ରିଲିଜ୍ ହେବା ପରେ ଏହା ବକ୍ସ ଅଫିସ୍ରେ ନୂଆ ରେକର୍ଡ କରିବ ବୋଲି ଏବେଠାରୁ ଅନୁମାନ କରାଯାଉଛି । ତେବେ ଏହାର ପ୍ରଥମ ଭାଗ ‘ଅବତାର’ ୨୦୦୯ ମସିହାରେ ରିଲିଜ ହୋଇଥିଲା । ଯାହା ବିଶ୍ୱର ସର୍ବଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ରହିଥିଲା । ସେହି ସମୟରେ ଏହି ଫିଲ୍ମଟି ସାରା ବିଶ୍ୱରେ ଚହଳ ପକାଇଥିଲା ।

ଏବଂ ୨୦ ହଜାର ୩୬୮ କୋଟି ଟଙ୍କା ଆୟ କରିଥିଲା ।ସୂନାମୁତାବକ; ଏହି ଫିଲ୍ମଟି ପାଞ୍ଚୋଟି ପାର୍ଟରେ ରିଲିଜ କରାଯିବାର ସୂଚନା ରହିଛି । ପ୍ରଥମ ଭାଗ ୨୦୦୯ ଆସିଥିବା ବେଳେ ଦ୍ୱିତୀୟ ଭାଗ ଆସ୍ତନ୍ତା ମାସ ୧୬ ଡିସେମ୍ବର ୨୦୨୨ରେ ଆସିବାକୁ ଯାଉଥିବା ବେଳେ ଅବଶିଷ୍ଟ ପାର୍ଟ ୨୦୨୪ରେ ତୃତୀୟ ଭାଗ ଆସିବାକୁ ଥିବାବେଳେ, ଚତୁର୍ଥ ଭାଗ ୨୦୨୬ ରେ ଏବଂ ପଞ୍ଚମ ପାର୍ଟ ୨୦୨୮ରେ ରିଲିଜ ହେବାର ସୂଚନା ରହିଛି ।