କୋରାପୁଟ/ ମନୋଜ ଦାସ :କୋଟପାଡ଼ ବ୍ଲକ ଅନ୍ତର୍ଗତ ଘୁମର ପଞ୍ଚାୟତ ଅଧିନସ୍ଥ ଗ୍ରାମରେ ନେହୁରୁପାଲିରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଯାହାକୁ ନେଇ କୋଟପାଡ ଏବେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି । ଗଣେଶ ବିସର୍ଜନ ଅବସରରେ ଆୟୋଜିତ ହୋଇଥିଲା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ । ଚଳିତ ମାସ ୨୩ ତାରିଖ ଦିନ ନେହେରୁପାଲି ଓ କୋଟପାଡ଼ ବ୍ଲକ ଅନ୍ତର୍ଗତ ମିରିଗୁଡା ଗ୍ରାମ ମଧ୍ୟରେ ଏହି ବନ୍ଧୁମିଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମିରିଗୁଡା ଗ୍ରାମବାସୀମାନେ ନେହୁରୁପାଲି ଗ୍ରାମ ଆସି ଗଣେଶ ବିସର୍ଜନରେ ସାମିଲ ହୋଇଥିଲେ । ଏହି ଅବସରରେ ଉଭୟ ଗ୍ରାମ ମଧ୍ୟରେ ଭାତୃତ୍ବ ଓ ଆତ୍ମିୟତା ସ୍ପଷ୍ଟଭାବେ ବାରି ହେଉଥିଲା । ଉଭୟ ଗ୍ରାମର ଏହି ନିଆରା ପରମ୍ପରା ଅନ୍ୟ ଗ୍ରାମମାନଙ୍କ ପାଇଁ ନିଶ୍ଚିତଭାବେ ଏକ ଉଦାହରଣ ପାଲଟିଛି। ବର୍ତ୍ତମାନ ସମୟରେ ଗ୍ରାମ ଗ୍ରାମ ମଧ୍ୟରେ ଓ ପରିବାରର ସମ୍ପର୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳୁଥିବାବେଳେ ଉଭୟ ଗ୍ରାମର ବନ୍ଧୁମିଳନ ନିଶ୍ଚିତଭାବେ ଅନ୍ୟ ଗ୍ରାମମାନଙ୍କ ମଧ୍ୟରେ ସକ୍ରିୟାତ୍ମକ ବାର୍ତ୍ତା ଦେବା ସହ ଭାତୃଭାବ ସଞ୍ଚାରରେ ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।