ଖାଲି ପଦବୀ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି

ଭୁବନେଶ୍ୱର : ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଖାଲିପଡିଛି ଧାମନଗର ବିଧାନସଭା ଆସନ | ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । ଏନେଇ ଖାଲି ପଦବୀ ନେଇ ପ୍ରକାଶ ପାଇଛି  ବିଜ୍ଞପ୍ତି ।ଗତ ଦୁଇ ରୁ ତିନି ବର୍ଷ ମଧ୍ୟରେ ରାଜ୍ୟର ଅନେକ ତୁଙ୍ଗ ନେତାଙ୍କ ପରଲୋକ ଘଟିଛି  । ବିଷ୍ଣୁ ଦାସଙ୍କ ଠାରୁ ଆରମ୍ଭ କରି ବିଷ୍ଣୁ ସେଠୀଙ୍କ ପର୍ଯ୍ୟନ୍ତ  । ଏହାରି ଭିତରେ ୫ ଜଣ ବିଧାୟକ ଆଖି ବୁଜିଛନ୍ତି  ।  ଆମେ କହିରଖୁ ଗତ ୧୯ ତାରିଖରେ ବିଷ୍ଣୁ ସେଠୀଙ୍କ ବିୟୋଗ ହୋଇଥିଲା । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । କୀଡନି ସମସ୍ୟା କାରଣରୁ ଚିକିତ୍ସା ଜାରି ରହିଥିବା ବେଳେ ହଠାତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା | ତାଙ୍କର ମୃତ୍ୟୁକୁ ନେଇ  ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳି ଯାଇଥିଲା ।  ସେହିପରି କୌଣସି ଆସନ ୬ମାସରୁ ଅଧିକ ସମୟ ଖାଲି ପଡ଼ିପାରିବ ନାହିଁ ଏହା ହେଉଛି ନିର୍ବାଚନ କମିଶନଙ୍କ ନିୟମ | ୬ମାସ ମଧ୍ୟରେ ନିର୍ବାଚନ ହେବ ନେଇ ନିୟମ ରହିଛି ବୋଲି ଖାଲି ପଦବୀ ନେଇ ପ୍ରକାଶ ପାଇଛି  ବିଜ୍ଞପ୍ତି ।