କଫ୍ ସିରପ ସହ ଧଳା ଜହର ଜବତ କଲା ପୁଲିସ ; ୫ ଅଭିଯୁକ୍ତ ଗିରଫ

ଅନୁଗୁଳ  /ଜ୍ୟୋତିରଞ୍ଜନ ଧର  : ପୋଲିସ ମିଳିଛି ବଡ ସଫଳତା  । କଫ୍ ସିରପ ସହ ଧଳା ଜହର ଜବତ କଲା ପୋଲିସ  । ଏ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାର  ।  କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ କରିବା ସହିତ ଦୁଇଟି ପୃଥକ୍  ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଛି ପୋଲିସ   । କଫ୍ ସିରପ୍ ଜବତ ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣକୁ ଗିରଫ କରିଛି ପୋଲିସ । ବେଆଇନ୍ କଫ୍ ସିରପ୍ ବିକ୍ରି କରୁଥିବା ଅଭିଯୁକ୍ତ ସମଲ ଗ୍ରାମର ଡାକ୍ତର ନାଏକ ଓ ବିଲିଣ୍ଡା ଗ୍ରାମର କାଳୁ ଓରଫ୍ ଧର୍ମୁ ବେହେରା ।ସେମାନଙ୍କ ଠାରୁ ୮୯ବୋତଲ କଫ ସିରଫ୍ ଜବତ କରାଯାଇଛି ।

ତେବେ ପୂର୍ବରୁ ଅଭିଯୁକ୍ତ ଡାକ୍ତର ଏହି ବେଆଇନ୍ କଫ ସିରପ୍ ବିକ୍ରିରେ ଜେଲ୍ ଯାଇଥିବା ସୂଚନା ମିଳିଛି  । ସେହିପରି ୫.୨୪୦ମିଲି ଗ୍ରାମ ବ୍ରାଉନ୍ ସୁଗାର ଜବତ ଘଟଣାରେ ୩ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ।ସେମାନେ ହେଲେ ପରାବିଲ୍ ଗ୍ରାମର ଦେବାନନ୍ଦ ଦେହୁରୀ, ସିପୁର ଗ୍ରାମର ଗୀରିଶ ଚନ୍ଦ୍ର ସାମଲ ଓ ସମଲ ଗ୍ରାମର ରଂଜନ କୁମାର ବେହେରା । ପେଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ଧର୍ମୁ ଠାରୁ କଫ ସିରପ୍ ଡାକ୍ତର ଆଣୁଥିବା ବେଳେ ରାସ୍ତାରେ ପୁଲିସ୍ ୮୯ବୋତଲ୍ ବୋତଲ ଜବତ କରିଥିଲା ।

ସେହିପରି ଅଭିଯୁକ୍ତ ଦେବାନନ୍ଦ ଠାରୁ ଗୀରିଶ ଓ ରଂଜନ ଆଣୁଥିଲେ ଓ ପରେ ପ୍ୟାକେଟ୍ କରି ଅଭିଯୁକ୍ତମାନେ ବିକ୍ରି କରୁଥିଲେ ବୋଲି ଥାନା ସୂତ୍ରରୁ କୁହାଯାଇଛି । ଅନ୍ୟ ଏହି ମାମଲା ରେ ପୁଲିସ୍ ଏକ ବାଇକ୍ ଜବତ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଆଜି ରାତି ୮ବେଳେ ୫ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା । ମାଜଷ୍ଟ୍ରେଟ୍ ଭାବରେ କଣିହାଁ ଅତିରିକ୍ତ ତହସିଲଦାର ଅଶୋକ କୁମାର ଦେହୁରୀ ପୁଲିସ୍ ଉପସ୍ଥିତିରେ ଅଭିଯୁକ୍ତଙ୍କ ବୟାନ୍ ରେକର୍ଡ କରିଥିଲେ ।