ସମ୍ବଲପୁର: ଛତିଶଗଡର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡର କୋର୍ବା, ଜାଞ୍ଜଗିରି – ଚାମ୍ପା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ମହାନଦୀ ଭିତରକୁ ବହୁତ ବର୍ଷା ଜଳ ପ୍ରବେଶ କରୁଛି। ଫଳରେ ମହାନଦୀ ଫୁଲୁଛି। ପ୍ରବଳ ବର୍ଷା କାରଣରୁ ଗାଁମାନଙ୍କରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି। ସେପଟେ ହୀରାକୁଦର ଗେଟ ଖୋଲିବା ପାଇଁ ଛତିଶଗଡ ସରକାର ଓଡିଶା ସରକାରଙ୍କ ଉପରେ ଚାପ ପକାଉଛି। ସେପଟେ ଆଜି ଦିନକ ମଧ୍ୟରେ ହୀରାକୁଦ ଡ୍ୟାମରୁ ୮ଟି ଗେଟ ଖୋଲାଯାଇଥିଲା। ସକାଳେ ୪ ଟି ଓ ମଧ୍ୟାହ୍ନରେ ୪ଟି ଗେଟ ଖୋଲା ଯାଇଥିଲା। ପୁଣି ସ୍ଥିତି ଅଣାୟତ୍ତ ହେବାରୁ ଆହୁରି ୪ ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମୋଟ ୩୪ଟି ଗେଟ ଖୋଲା ଯାଇସାରିଥିବା ଜଣାପଡିଛି। ଆଜି ଦିନକ ମଧ୍ୟରେ ମହାନଦୀର ଜଳସ୍ତର ୨୪ ଦଶମିକରୁ ବୃଦ୍ଧି ପାଇ ୪୮ ଦଶମିକରେ ପହଞ୍ଚି ଯାଇଛି। ସେପଟେ ମହାନଦୀ ଅବବାହିକାରେ ଥିବା ୧୦ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ବୈତରଣୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। ଫଲରେ ବୈତଣୀର ଅବବାହିକାରେ ଥିବା ଯାଜପୁର ଓ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।