ନବରଙ୍ଗପୁର ବିଜେଡି ପକ୍ଷରୁ ଦ୍ରୌପଦୀଙ୍କୁ ଶୁଭେଚ୍ଛା

ନବରଙ୍ଗପୁର: ଭାରତର ୧୫ତମ ନୂତନ ରାଷ୍ଟ୍ରପତି ମହାମହିମ ଶ୍ରୀମତୀ ଦ୍ରୌପଦୀ ମୂର୍ମୁଙ୍କୁ ନେଇ ସାରା ଦେଶରେ ଉତ୍ସବ ପାଳନ କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ବିଜେଡ଼ି ପକ୍ଷରୁ ମଧ୍ୟ ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ। ଶ୍ରୀମତୀ ମୂର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବ ବୋଲି କହିବା ସହ ନବରଙ୍ଗପୁର ଜିଲ୍ଲା ବିଜେଡ଼ି ଦଳ ନେତା ଓ କର୍ମୀ ମାନେ ଖୁସିରେ ବିଭିନ୍ନ ନାରା ଦେଇ ସହର ପରିକ୍ରମା କରି ମିଠା ବଣ୍ଟନ କରିଥିଲେ। ଏହି ସମୟରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମତିରାମ ନାୟକ, ମଞ୍ଜୁଳା ମାଝୀ ପ୍ରମୁଖଙ୍କ ସହ ବହୁ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ ଦେଖାଦେଇଛି। ଏହାଛଡା ରାଇରଙ୍ଗପୁର ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡିଛି। ଅଞ୍ଚଳରେ ଭୋଜି ଭାତର ଆସର ସହିତ ମିଠା ବଣ୍ଟାଯାଉଛି। ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଅଞ୍ଚଳରେ ପାରମ୍ପରିକ ବାଜା ବାଦ୍ୟର ତାଳେ ତାଳେ ଲୋକମାନେ ନାଚଗୀତ କରୁଛନ୍ତି। ଖାଲି ରାଇରଙ୍ଗପୁର ନୁହେଁ ସାରା ରାଜ୍ୟରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବିଜେପି ଓ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଦୁଇ ଦଳର ନେତାମାନେ ବାଜା ବାଣ ବଜାଇ ଓ ପରସ୍ପରକୁ ମିଠା ଖୁଆଇ ଉତ୍ସବ ମନାଇଛନ୍ତି। ଏହା ପ୍ରଥମ ରାଉଣ୍ଡର ଗଣତି ସୁଦ୍ଧା ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ଠାରୁ ଶ୍ରୀମତୀ ମୁର୍ମୁ ଆଗରେ ରହିଛନ୍ତି।