ଦ୍ରୌପଦୀଙ୍କ ବିଜୟ ଉତ୍ସବ ପାଇଁ ୨୦ହଜାର ଲଡ଼ୁ ପ୍ରସ୍ତୁତି

ରାଇରଙ୍ଗପୁର : ଆଜି ଘୋଷଣା ହେବ ରାଷ୍ଟ୍ରପତି ନିର୍ବାଚନୀ ଫଳାଫଳ । ଏନେଇ ଉତ୍ସାହିତ ରହିଛନ୍ତି ରାଇରଙ୍ଗପୁରବାସୀ । ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟ ହାସଲ କରିବେ ବୋଲି ଅଶ୍ବସ୍ତ ଅଛନ୍ତି ରାଇରଙ୍ଗପୁର ବାସିନ୍ଦା । ଏହି ବିଜୟ ଉତ୍ସବ ପାଳିବାକୁ ୨୦ହଜାର ଲଡ଼ୁ ପ୍ରସ୍ତୁତି ଚାଲିଛି ।
ତେବେ ରାଇରଙ୍ଗପୁର ଅଞ୍ଚଳବାସୀ ସୁନିଶ୍ଚିତ ଯେ, ଏ ମାଟିର ଝିଅ ଦ୍ରୌପଦୀ ମୁର୍ମୁ ହିଁ ବିଜୟୀ ହୋଇ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବେ। ଏନେଇ ରାଇରଙ୍ଗପୁର ବାସିନ୍ଦା ଆମୋଦିତ ରହିଛନ୍ତି । ସ୍ଥାନୀୟ ଲୋକେ ବେଶ ଉତ୍ସାହର ସହ ଆସନ୍ତାକାଲିକୁ ଅପେକ୍ଷା କରି ରହିଛନ୍ତି । ବିଜୟ ଉତ୍ସବ ପାଳନ କରିବା ପାଇଁ ୨୦ ହଜାର ଲଡ଼ୁ ପ୍ରସ୍ତୁତ କରାଯାଉଛି । ନିହାତି ଭାବେ ଏ ମାଟିର ଗର୍ବ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଖୁସିରେ ଅଞ୍ଚଳବାସୀ ପରସ୍ପରକୁ ଲଡୁ଼ୁ ଖୁଆଇ ଉତ୍ସବ ପାଳିବେ ।